୨୦୧୮ରେ (UGC) ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକରେ ପ୍ରବେଶ ସ୍ତରୀୟ ପଦବୀ ନିଯୁକ୍ତି ପାଇଁ ଏକ ମାନଦଣ୍ଡ ସ୍ଥିର କରିଥିଲା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସହକାରୀ ପ୍ରଫେସର ନିଯୁକ୍ତି ପାଇଁ ପିଏଚଡି ଡିଗ୍ରୀ ବାଧ୍ୟତାମୂଳକ ନୁହେଁ କେନ୍ଦ୍ର ସରକାର କହିଛନ୍ତି। ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିବା ଏବଂ ନେଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ଏହି ପଦବୀରେ ନିଯୁକ୍ତି ପାଇବାକୁ ଯୋଗ୍ୟ ରହିବେ। ପ୍ରାର୍ଥୀମାନଙ୍କୁ ସେମାନଙ୍କର ପିଏଚଡି ସମାପ୍ତ କରିବା ପାଇଁ ତିନି ବର୍ଷର ସମୟ ଦିଆଯାଇଥିଲା। ମହାମାରୀ ଯୋଗୁଁ ଅନେକ ପ୍ରାର୍ଥୀ ସେମାନଙ୍କର ପିଏଚଡି ଡିଗ୍ରୀ ସମାପ୍ତ କରିପାରିନଥିଲେ ଏବଂ ଚଳିତ ବର୍ଷ ଯୋଗ୍ୟତା ହ୍ରାସ କରିବାକୁ ସରକାରଙ୍କୁ ନିବେଦନ କରିଥିଲେ। “ଚଳିତ ବର୍ଷ ସହକାରୀ ପ୍ରଫେସର ପଦବୀ ପାଇଁ ବାଧ୍ୟତାମୂଳକ ପିଏଚଡି ନ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0