ଆଜି ପୂର୍ବାହ୍ନରେ ଏୟାରଲାଇନସ ସଂସ୍ଥା ଟାଟା ସନ୍ସକୁ ବିକ୍ରି ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏହି ଖବର କ୍ଷୀପ୍ର ବେଗରେ ଚାରି ଆଡ଼େ ମାଡ଼ି ଯାଇଥିଲା । କାରଣ ଦୀର୍ଘ ୬୮ ବର୍ଷ ପୂର୍ବେ ଏହି ଏୟାର ଇଣ୍ଡିଆକୁ ଟାଟା କମ୍ପାନୀ ପକ୍ଷରୁ ଆରମ୍ଭ କରାଯାଇଥିଲା । ନିଲାମି ପ୍ରକ୍ରିୟାରେ ଏୟାର ଇଣ୍ଡିଆକୁ ଟାଟା ସନ୍ସ ହାତେଇଥିବା ନେଇ ପ୍ରସାରିତ ଗଣମାଧ୍ୟମ ରିପୋର୍ଟକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି । ନିଲାମି ପ୍ରକ୍ରିୟାରେ କିଏ ଜିତିଛି ସେନେଇ କୌଣସି ଘୋଷଣା ହୋଇନଥିବା କହିଛନ୍ତି ପୁଞ୍ଜି ପ୍ରତ୍ୟାହାର ଓ ସରକାରୀ ସଂପତ୍ତି ପରିଚାଳନା ବିଭାଗ ସଚିବ । ଋଣ ବୋଝରେ ବୁଡ଼ିବା ସହ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆର ନିଲାମି ପ୍ରକ୍ରିୟାରେ ଟାଟ୍ ସନ୍ସ ଓ ସ୍ପାଇସ ଜେଟ୍ ସାମିଲ ହୋଇଥିଲେ । ତେବେ ଏଥିରେ ଟାଟା ସନ୍ସର ବିଜୟୀ ହୋଇଛି ବୋଲି ସକାଳେ ଖବର ପ୍ରସାରିତ ହୋଇଥିଲା । ତେବେ କେନ୍ଦ୍ର ସରକାର ଏହାକୁ ଖଣ୍ଡନ କରିଛନ୍ତି ।



Visitors Today : 2
Total Visitors : 130165
Total Views : 9891610
Visitors Online Now : 0