ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ଶୂନ୍ୟ ପ୍ଲାଷ୍ଟିକ ଦୃଶ୍ୟମାନ ଦିବସ ପାଳିତ ହୋଇଯାଇଛି । ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ସାହୁ ଙ୍କ ପୌରହିତ୍ୟ ରେ ହୋଇଥିବା କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଯୋଗାଦେଇ ଏହି କାର୍ଯ୍ୟକ୍ରମ କୁ ଶୁଭାରମ୍ଭକରିଥିଲେ । ପୌର କାର୍ଯ୍ୟାଳୟ ଠାରେ ପୌର କର୍ମଚାରୀ ଜନପ୍ରତିନିଧି ଓ ଜନସାଧାରଣ ଙ୍କୁ ପ୍ଲାଷ୍ଟିକ ମୁକ୍ତ ସହର କରିବା ପାଇଁ ଶପଥ ପାଠ କରାଇଥିଲେ ପରେ ଏକ ସଚେତନତା ରାଲି ପୌର କାର୍ଯ୍ୟାଳୟ ଠାରୁ ବାହାରି ସହର ପରିକ୍ରମା କରିଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର , ବିଡ଼ିଓ ସୁବ୍ରତ ଜେନା, ପୌର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ଦାସ, ଦିଲ୍ଲୀପ ମିଶ୍ର, ନଗର ବିଜେଡି ସଭାପତି ଭୀମସେନ ବେହେରା, ଆସ୍କା ସାଂସଦ ଙ୍କ ବ୍ୟକ୍ତିଗତ ସହାୟକ ନୀଳମଣି ପଟ୍ଟନାୟକ, ଯୁଧିଷ୍ଠିର ସ୍ବାଇ, ଛାତ୍ର ବିଜେଡି ସଭାପତି ସୌମ୍ୟ ରଞ୍ଜନ ପଟ୍ଟନାୟକ ଙ୍କ ସମେତ ଜନପ୍ରତିନିଧି , ଅଙ୍ଗନୱାଡ଼ି କର୍ମୀ , ସ୍ୱଚ୍ଛସାଥୀ , ସଫେଇ କର୍ମଚାରୀ ମାନେ ଉପସ୍ଥିତଥିଲେ ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0