ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ର ବେଲପଡା ପାଟଣା ଗ୍ରାମା ପଚାୟତ ରେ ରହିଥିବା ଗୋରୁ ହାଟ ଟି ଅବହେଳିତ ହୋଇ ପଡ଼ିରହିଛି, ଏହି ଗୋରୁ ହାଟ ଟି ସପ୍ତାହ କୁ ଦୁଇ ଥର ହୁଏ,,ଛେଳି କିଣିବା ପାଇଁ ବାହାର ଜ଼ିଲ୍ଲା ରୁ ସହ ଶହ ବେପାରୀ କିଣି ବାକୁ ଆସୁଥିବା ମଧ୍ୟ ଅସୁବିଧା ହେଉଛି ନ୍ତି, ହାଟ ଭିତରେ ବିଭିନ୍ନ ପ୍ରକାର ଗଛ ଲତା ହୋଇ କୁତ୍ରିମ ଜଙ୍ଗଲ ରେ ପରିଣତ ହେବାକୁ ବସିଲାଣି, ବର୍ଷା ହେଲେ ଗୋରୁ ଓ ଛେଳି ବେପାରୀ ମାନେ ରହିବା ପାଇଁ ଅସୁବିଧା ହେବା ସହିତ ପଚାୟତ ତରଫରୁ କୌଣସି ଘର ନିର୍ମାଣ ହେଉନାହିଁ, ହାଟ ଭିତରେ ମାର୍କେଟ ଦୋକାନ ଘର ନିର୍ମାଣ କରାଯାଇଥିଲେ ଭଗ୍ନ ଅବସ୍ଥା ରେ ପଡ଼ିରହିଛି, ପଂଚାୟତ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦୋକାନ ଘର ନିର୍ମାଣ କରିଥିଲେ ଲୋକ ମାନଙ୍କ କାମରେ ନ ଆସି ଭଙ୍ଗା ରୁଜା ହୋଇ ଗଲାଣି, ହାଟ ଦିନ ଲୋକ ମାନେ ପାଣି ପାଇବାରୁ ବଂଚିତ ହେଉଛନ୍ତି, ନଳକୂପ ଗୋଟିଏ ରହିଥିଲେ ମଧ୍ୟ ପାଣି ରୁ ବିଭିନ୍ନ ପ୍ରକାର ର ମାଈଳା ବାହାରୁଛି, ବେଲପଡା ପାଟଣା ଗ୍ରାମ ପଚାୟତ ଲକ୍ଷ ଲକ୍ଷ ଟିକସ ପାଉଥିଲେ ମଧ୍ୟ ପଚାୟତ ତରଫରୁ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି କିଛି ବ୍ୟକ୍ତି ଆମ ରିପୋଟର କୁ ମତ ପ୍ରକାଶ କରିଛନ୍ତି, ହାଟ ଭିତରେ ସନ୍ଦ୍ୟା ହେଲେ ମଦୁଆ ମାନେ ମଦ୍ୟ ପାନ କରିବା ସହିତ ଲୋକ ମାନଙ୍କ ଠାରୁ ଚୋରି କରୁଛନ୍ତି, ଫଳରେ ସାନ୍ଧ୍ୟ ହେଲେ ଲୋକ ମାନେ ଯିବା ଆସିବା କରିପାରୁନାହାନ୍ତି, କେବେ ପଂଚାୟତ ତରଫରୁ ଦଶିପୁର ହାଟ ପରିଷ୍କାର କରା ଯିବା ସହିତ ନୂତନ ନଳକୂପ ନିର୍ମାଣ କରିବେ ତାହା ଦେଖିବାକୁ ବାକି ରହିଲା |



Visitors Today : 1
Total Visitors : 130301
Total Views : 9891804
Visitors Online Now : 0