ମା କୋଳରୁ ସନ୍ତାନଟିଏ ଯେବେ ଚାଲି ଯାଏ ତାର ବେଦନା କେବଳ ଜଣେ ମା ହିଁ ଜାଣିଥାଏ।ଭୁଲ ହେଉ ଅବା ନିର୍ଭୁଲ ରେ କାନ୍ଦ ବୋବାଳି ରେ ଫାଟି ପଡୁଥିଲା ମେଡ଼ିକାଲ କ୍ୟାମ୍ପସ ।ଭଉଣୀ ଭାଇକୁ ଡାକି ଡାକି କାନ୍ଦୁଚି ଓଃ ସତେ ଯେମିତି ପଥର ବି ଚିଂଙ୍କ ଉଠିବ ମଣିଷ ତ ଦୂର କଥା ।ଫ୍ରି ଫାୟାର ଗେମ୍ ହେଲା କାଳ । ଫ୍ରି ଫାୟାର ଗେମ୍ ଖେଳିବା ପାଇଁ ମା ଫୋନ ନ ଦେବା ରୁ ଆତ୍ମହତ୍ୟା କଲେ ୯ମ ଶ୍ରେଣୀ ର ଛାତ୍ର। ଏଭଳି ଅଭାବନୀୟ ଘଟଣା ଘଟିଛି ଘଷିପୁରା ଥାନା ଇନ୍ଦୁପୁରା ଗ୍ରାମ ର ଚଗୁଲୁଯେନା ଙ୍କ ପୁଅ ସୋମ୍ୟରଞ୍ଜନ ଯେନା । ସୋମ୍ୟରଞ୍ଜନ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶାଳପଡା ର ୯ ମ ଶ୍ରେଣୀ ର ଛାତ୍ର । ସୋମ୍ୟରଞ୍ଜନ ଆଜି ବିଦ୍ୟାଳୟ ରୁ ଫେରିବା ପରେ ମୋବାଇଲ ଧରି ଗେମ ଖେଳୁଥିବା ସୂଚନା ମିଳିଛି। ଆସନ୍ତା କାଲି ପରୀକ୍ଷା ଥିବାରୁ ମା ତାକୁ ବାରଣ କରିଥିଲେ। କିନ୍ତୁ ଗେମ ନୀଷା ପାଗଳ କରିଥିଲା ପୁଅକୁ ଏହି ଘଟଣା ପରେ ସୌମ୍ୟରଞ୍ଜନ ନିଜ ଘର ଛାତ ଉପରକୁ ଯାଇ ଗାମୁଛା ରେ ବେକକୁ ବାନ୍ଧି ଆତ୍ମହତ୍ୟା କରିଥିବା ଜଣା ପଡିଚି |



Visitors Today : 1
Total Visitors : 130301
Total Views : 9891804
Visitors Online Now : 0