ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ମୋରାମୋରୀ ପଂଚାୟତରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଆୟୋଜକ ତଥା ବିଜେପିର ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବସନ୍ତ ମାଳିଙ୍କ ତତ୍ୱାବଧାନରେ ହୋଇଥିଲା। ଏହି ଗ୍ରାମର ପାଇକ ସାହି, ମଝି ସାହି, ଝର ସାହି,ଧୋକାଡି ସାହି, ଟାଙ୍ଗୀ ସାହିକୁ ନେଇ ୫ ଟି ଅଙ୍ଗନବାଡି କେନ୍ଦ୍ର ଥାଇ ମଧ୍ୟ ବିଜେପିର ସଦସ୍ୟମାନଙ୍କ ଦ୍ଵାରା ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଗ୍ରାମ୍ୟ କମିଟିର ସଭାପତି ସୁବଳ ଦଳେଇ, ସୁକାନ୍ତ ନାୟକ, ଅଭିଜିତ ବିଶ୍ୱାଳ ,ସନାତନ ସେଠି, ପ୍ରଫୁଲ ନାୟକ, ଜଗ ନାୟକ, ଦେବରାଜ ପ୍ରଧାନ, ଵୈରାଗି ସାହୁ,ପଡିଆ ସାହୁ,ଭାସ୍କର ମହାରଣା,ଅରକ୍ଷିତ ନାୟକଙ୍କ ସମେତ ବହୁ ବିଜେପିର ସଦସ୍ୟମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୋରମୋରୀ ମଝିସାହିରୁ ଆରମ୍ଭ କରି ସ୍କୁଲ,ଏବଂ ନୂତନ ପଂଚାୟତ ଘର ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଅଳିଆ ଆବର୍ଜନା ସହିତ ଛୋଟ ଛୋଟ ଗଛ ଏବଂ ଘାସକୁ କାଟି ରାସ୍ତା ସଫା କରାଯାଇଥିଲା। ଗାଁ ପରିମଳ ସଫା ରହିଲେ ଲୋକମାନଙ୍କ ସ୍ୱାସ୍ଥ୍ୟ ଠିକ ରହିବ ବୋଲି ସମସ୍ତ ସଦସ୍ୟମନେ ମତ ପ୍ରକାଶ କରିଥିଲେ। ପାଞ୍ଚ ଟି ଅଙ୍ଗନବାଡି କେନ୍ଦ୍ରକୁ ବର୍ଷକୁ ପଚାଶ ହଜାର ଟଙ୍କା ଗାଁ ପରିମଳ ସଫେଇ କାର୍ଯ୍ୟକ୍ରମ ପାଇଁ ଆସୁଥିଲେ ମଧ୍ଯ କୌଣସି କାମ ନ ହେବାରୁ ଏହି ଗ୍ରାମର କିଛି ବିଜେପି କର୍ମୀମାନେ ମିଶି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ହାତକୁ ନେଇଥିଲେ। ଆସନ୍ତୁ ଶୁଣିବା କଣ କହୁଛନ୍ତି ଆୟୋଜକ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0