ଗତ ୧୫ ଦିନ ହେଲା ପଞ୍ଜାବ ରାଜନୀତିର ଘଡିକେ ଘୋଡା ଛୁଟୁଛି । ପଞ୍ଜାବରେ ଏବେ ରାଜନୈତିକ ହଟଚମଟ ଜାରି ରହିଛି । ଗୋଟିଏ ପଟେ ସିଦ୍ଧୁ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବାବେଳେ, ଅନ୍ୟପଟେ କ୍ୟାପଟେନ୍ ଅମିରନ୍ଦର ସିଂହ କଂଗ୍ରେସ ଛାଡିବା ପରେ ନୂଆ ଦଳ ଗଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ପଞ୍ଜାବ କଂଗ୍ରେସ ପ୍ରଭାରୀ ପଦରୁ ହରିଶ ରାୱତଙ୍କୁ ହଟାଇ ଏହି ସ୍ଥାନରେ ଦଳ ହରିଶ ଚୌଧୁରୀଙ୍କୁ ନୂଆ ଦାୟିତ୍ୱ ଦେଇପାରେ ବୋଲି ସୂଚନା ମିଳୁଛି । ଅନେକ ବାଦ ବିବାଦ ପରେ ପ୍ରଥମେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କ୍ୟାପଟେନ୍ ଅମିରନ୍ଦର ସିଂହ । ଆଉ ଏହାର କିଛି ଦିନ ପରେ ଚରଣଜିତ ସିଂହ ଚନ୍ନୀ ହୋଇଥିଲେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ । ତେବେ ଏହାର କିଛି ଦିନ ପରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଅଚାନକ ଇସ୍ତଫା ଦେଇଥିଲେ ନବଜୋତ ସିଂହ ସିଦ୍ଧୁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0