କଲର୍ସ ଚ୍ୟାନେଲର ‘ଦି ବିଗ୍ ପିକଚର’ ଶୋ’ ଜରିଆରେ ଛୋଟ ପରଦାରେ ଧମାକେଦାର ଏଣ୍ଟ୍ରି କରିବେ ବଲିଉଡ୍ର ମୋଷ୍ଟ ଷ୍ଟାଇଲିଶ୍ ସୁପରଷ୍ଟାର ରଣବୀର ସିଂ। ନିଜ ନୂଆ ପ୍ରୋଜେକ୍ଟକୁ ନେଇ ଖୁବ୍ ଏକ୍ସାଇଟେଡ ଥିବା ରଣବୀର କହିଛନ୍ତି ଜଣେ କଳାକାର ଭାବେ ଫ୍ୟାନ୍ସ ମୋତେ ଖୁବ୍ ଭଲ ପାଇବା ଦେଇଛନ୍ତି। ଏବେ ଜଣେ ହୋଷ୍ଟ ରୂପେ ଛୋଟ ପରଦାରେ ଏଣ୍ଟ୍ରି କରିବି। କଲର୍ସ ସହ ଯୋଡ଼ି ହୋଇ ଖୁବ୍ ଖୁସି ଅଛି। ଏକଥାର ଖୁଲାସା ରଣବୀର ନିଜେ ବିଗ୍ ବସ୍ ମଞ୍ଚରେ ଦବଙ୍ଗ ଖାନଙ୍କ ଉପସ୍ଥିତିରେ କରିଛନ୍ତି। ବିଗ୍ ବସ୍ ସିଜିନ-୧୫ ଆଜି ଟେଲିକାଷ୍ଟ ହେବ । ସୋ’ରେ ଗ୍ଲାମରର ତଡ଼କା ଲଗାଇବାକୁ ଡ୍ୟାନ୍ସ ସହ ଖୁବ୍ ମସ୍ତିଭରା କାର୍ଯ୍ୟକ୍ରମ ରହିଛି। ଏଥିସହ ବିଗ୍ ବସ୍ ଶୋ’ର ପ୍ରଶଂସା କରି ରଣବୀର କହିଛନ୍ତି, ବିଗ୍ ବସ୍ ଟେଲିଭିଜନର ସବୁଠୁ ପପୁଲାର ସୋ’ । ବଡ଼ ପରଦାରେ ନିଜ ଜଲୱାରେ ଫ୍ୟାନ୍ସଙ୍କୁ ଦିବାନା କରି ସାରିଥିବା ରଣବୀର ଏଥର ଛୋଟ ପରଦାରେ ବି କମାଲ ଦେଖାଇବେ।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0