ଭାଙ୍ଗିଲା ୪ ବର୍ଷର ବିବାହ ସମ୍ପର୍କ | ବିଚ୍ଛେଦ ହେଲେ ସାଉଥର ସୁପରଷ୍ଟାର ଯୋଡି ନାଗା ଚୈତନ୍ୟ ଏବଂ ସମନ୍ଥା ରୁଥ ପ୍ରଭୁ। ବିଚ୍ଛେଦ ହୋଉଥିବା ନେଇ ସମନ୍ଥା ଏବଂ ନାଗା ଚୈତନ୍ୟ ସୋଶାଲ ମିଡିଆରେ ଘୋଷଣା କରିଛନ୍ତି। ଦୁହିଁଙ୍କ ଖୁବଶୀଘ୍ର ଛାଡପତ୍ର ନେବେ ବୋଲି କହିଛନ୍ତି। କିଛି ଦିନ ପୂର୍ବେ ଉଭୟ ଫ୍ୟାମିଲି କୋର୍ଟ ଯାଇଥିବା ବେଳେ ଓକିଲଙ୍କୁ ସାକ୍ଷାତ କରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ପ୍ରାୟ ୭ ବର୍ଷ ଧରି ଉଭୟଙ୍କ ମଧ୍ୟରେ ଭଲ ପାଇବା ଚାଲିବା ପରେ ୨୦୧୭ ମସିହା ଅକ୍ଟୋବର ୯ରେ ବେଶ୍ ରାଜକୀୟ ଠାଣିରେ ଗୋଆରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଓ ତାଙ୍କ ପତ୍ନୀ ସାମନ୍ତା ରୁଥ ପ୍ରଭୁ ୨୦୧୦ ମସିହାରୁ ପରସ୍ପରକୁ ଡେଟ୍ କରୁଥିଲେ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0