ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଜୟନ୍ତୀ। ପୂରା ଦେଶ ବାପୁଙ୍କ ଜୟନ୍ତୀ ପାଳନ କରୁଛି। କିନ୍ତୁ କିଛି ଏଭଳି ବ୍ୟକ୍ତି ଅଛନ୍ତି ଯିଏକି ଗାନ୍ଧି ଜୟନ୍ତୀ ଅବସରରେ ସୋଶାଲ ମିଡିଆରେ ‘ଗଡସେ ଜିନ୍ଦାବାଦ’ ଲେଖିଛନ୍ତି। ଏହାକୁ ନେଇ ବିଜେପି ନେତା ବରୁଣ ଗାନ୍ଧି ଦୁଃଖ ପ୍ରକାଶ କରିବା ସହ କଡା ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ଏଭଳି ଲେଖି କିଛି ଲୋକେ ଦେଶକୁ ଲଜ୍ଜିତ କରୁଛନ୍ତି। ବରୁଣ ଗାନ୍ଧି ଟୁଇଟ୍ କରି କହିଛନ୍ତି, ‘ଭାରତ ସର୍ବଦା ଏକ ଆଧ୍ୟାତ୍ମିକ ମହାଶକ୍ତି ରହିଆସିଛି, କିନ୍ତୁ ମହାତ୍ମା ହିଁ ତାଙ୍କ ଅସ୍ତିତ୍ୱ ମାଧ୍ୟମରେ ଆମ ଦେଶର ଆଧ୍ୟାତ୍ମିକ ମୂଳଦୁଆକୁ ସ୍ପଷ୍ଟ କରିଛନ୍ତି ଏବଂ ଆମକୁ ଏକ ନୈତିକ ଅଧିକାର ପ୍ରଦାନ କରିଛନ୍ତି, ଯାହା ଆଜି ବି ଆମର ସର୍ବଶ୍ରେଷ୍ଠ ଶକ୍ତି। ଯେଉଁମାନେ ‘ଗଡସେ ଜିନ୍ଦାବାଦ’ ଟୁଇଟ୍ କରୁଛନ୍ତି ସେମାନେ ଦାୟିତ୍ୱହୀନ ଭାବରେ ଦେଶକୁ ଲଜ୍ଜିତ କରୁଛନ୍ତି।’ ବିଜେପି ନେତାଙ୍କ ଏହି ଟ୍ୱିଟ୍କୁ ଅନେକ ରି-ଟ୍ୱିଟ୍ କରିଛନ୍ତି। ଏଥିସହ ଏକାଧିକ କମେଣ୍ଟ ମଧ୍ୟ କରିଛନ୍ତି।



Visitors Today : 4
Total Visitors : 130173
Total Views : 9891620
Visitors Online Now : 1