ଜଂଗଲ ରୁ କାଠ ଚୋରି କରୁଥିବା ବେଳେ ଗ୍ରାମବାସୀ ଙ୍କ ଦ୍ଵାରା ଧରାପଡି ଗଲେ ବନ କର୍ମଚାରୀ । ମାଡ ଭୟରେ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି କାଠ ମାଫିଆ । ଧରାପଡିଥିବା ବନ ବିଭାଗର କର୍ମଚାରୀ ଙ୍କୁ ଜଂଗଲ ମଧ୍ୟରେ ଆଣ୍ଠେଇ ଦେଲେ ସ୍ଥାନୀୟ ଗ୍ରାମବାସୀ । ଆଣ୍ଠେଇ ଥିବା ବନ ବିଭାଗର କର୍ମଚାରୀ ମାନେ ହେଲେ ଫରେଷ୍ଟର ଧୁଶାସନ ନାୟକ ଏବଂ ଦୁଇ ସୁରକ୍ଷା କର୍ମୀ । ଘଟଣା ଟି ଘଟିଛି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବନ ବିଭାଗ ରେଞ୍ଜ ଅଧିନସ୍ଥ ବାଣପୁର – ଧୂଆଁନଳୀ ବିଟ୍ ହାଉସ ସ୍ଥିତ ଗୋରଡା ଗାଁର ଅରାଙ୍ଗ ଜଂଗଲ ମଧ୍ୟରେ । ଘଟଣା ସ୍ଥଳରେ ବାଣପୁର ପୋଲିସ ପହଞ୍ଚି ଅଟକ ଥିବା ବନ କର୍ମଚାରୀ ଙ୍କୁ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0