ଓଡ଼ିଶା ନାଗରିକ ମଞ୍ଚ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ସଥପଥୀ ଓଡ଼ିଶା ସୀମାନ୍ତ ତଥା ଆନ୍ଦ୍ର ଅଭିମୁଖେ ଯାତ୍ରା କରିଛନ୍ତି। ଓଡ଼ିଶାର ଜମି ଉପରେ ଆନ୍ଦ୍ର ପ୍ରଦେଶ ଜବରଦଖଲ କରି ଅକ୍ତିଆର କରୁଥିବା ନେଇ ବିରୋଧ କରିବାକୁ ଆନ୍ଦ୍ର ଅଭିମୁଖେ ଯାତ୍ରା କରିଛି ଓଡ଼ିଶା ନାଗରିକ ମଞ୍ଚ।ଏନେଇ ଯାତ୍ରା ସମୟରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଚଣ୍ଡେଶ୍ଵର ଜାତୀୟ ରାଜପଥ ଠାରେ ଓଡ଼ିଶା ନାଗରିକ ମଞ୍ଚ କୁ ବିଭିନ୍ନ ସଙ୍ଗଠନ ର କାର୍ଯ୍ୟକର୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି।କିଭଳି ଓଡ଼ିଶାର ଜମି ଓଡ଼ିଶାରେ ରହିବ ଏ ମାଟି ମା କେମିତି ସୁରକ୍ଷା ରେ ରହିବ ସେନେଇ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ସଥପଥୀ ଜନସାଧାରଣ ଙ୍କୁ କହିଛନ୍ତି।



Visitors Today : 0
Total Visitors : 130423
Total Views : 9891953
Visitors Online Now : 0