spot_img

ଡିକେ ପଟ୍ଟନାୟକ ହେଲେ ଇଷ୍ଟର୍ନ ଏୟାର କମାଣ୍ଡର

କେନ୍ଦ୍ରୀୟ ଏୟାର କମାଣ୍ଡର ବରିଷ୍ଠ ବିମାନ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ଏୟାର ମାର୍ଶଲ ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ ମିଳିଛି ଏକ ବଡ ଗୁରୁ ଦାୟିତ୍ୱ | ତାଙ୍କୁ ସିଲଂରେ ନୂତନ ପୂର୍ବ ବାୟୁ କମାଣ୍ଡର ଭାବେ ନିଯୁକ୍ତ କରାଯାଇଛି | ସେ ୧୯୮୪ ମସିହାରେ ଭାରତୀୟ ବାୟୁସେନାର ଜଣେ ଯୁଦ୍ଧ ବିମାନ ପାଇଲଟ ଭାବେ ଯୋଗ ଦେଇଥିଲେ । ସୂଚନା ଥାଉକି କାର୍ଗିଲ ଯୁଦ୍ଧ ସମୟରେ ଅନେକ ଅପରେଶନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଇଥିଲେ ଡିକେ ପଟ୍ଟନାୟକ । ସେତେବେଳେ ସେ ଅନେକ ଦୁସାହସିକ କାମ କରି ପାକିସ୍ତାନ ସୈନ୍ୟଙ୍କ ଭିତରେ ଆତଙ୍କ ଖେଳାଇ ଦେଇଥିଲେ । ଏନେଇ ତାଙ୍କୁ ୧୯୯୯ ମସିହାରେ ବାୟୁସେନା ପକ୍ଷରୁ ବାୟୁସେନା ସାହସିକତା ପଦକ ମିଳିଥିଲା । ଏକ ସ୍କ୍ୱାନ୍ ଏଲଡିଆର ଭାବେ ଡିକେ ପଟ୍ଟନାୟକ ୧୯୯୯ ମସିହା ଜୁନ ୧୬ ତାରିଖରେ ବାଟାଲିକ୍ ସେକ୍ଟରରେ ଲାଇଭ୍ ଷ୍ଟ୍ରାଇକ ମିଶନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular