ଭୁବନେଶ୍ୱର : କରୋନା ସଂକ୍ରମଣ ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ଭୁବନେଶ୍ୱର କ୍ୟାପିଟାଲ ଥାନାରେ ପୁଣି ୮ ଜଣ ପୋଲିସ୍ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୪ ଦିନ ତଳେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାପରେ ଥାନାର ସମସ୍ତ କର୍ମଚାରୀଙ୍କର କରୋନା ଟେଷ୍ଟ କରାଯାଇଥିଲା । ଜୁଲାଇ ୩୦ ତାରିଖରେ ୬ ଜଣ ଥାନା କର୍ମଚାରୀଙ୍କ ରିପୋର୍ଟ ପଜିଟିଭ ଆସିଥିବା ବେଳେ ଶନିବାର ପୁଣି ୮ ଜଣଙ୍କ ନମୁନା ପଜିଟିଭ ଥିବା ବିଏମସି ତରଫରୁ ସୂଚନା ମିଳିଛି । ଏନେଇ ଥାନା ଏକପ୍ରକାର ବନ୍ଦ ହୋଇଯାଇଛି । ଆଜି ଅନ୍ୟ କିଛି କର୍ମଚାରୀଙ୍କ ରିପୋର୍ଟ ଆସିବାର ରହିଛି । ଯଦି ଆଉ କିଛି କରୋନା ପଜିଟିଭ କେସ୍ ସାମ୍ନାକୁ ଆସିବ ତେବେ ଥାନା ସିଲ୍ କରାଯିବ ବୋଲି ସୂଚନା ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0