spot_img

ଭୁବନେଶ୍ୱରରେ କଟକଣା ଭିତରେ ଖୋଲିବ ସପିଂ ମଲ.. ୩ଟି ମଲ ଖୋଲିବାକୁ ଅନୁମତି ଦେଲେ ବିଏମସି

ଭୁବନେଶ୍ୱର: କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସବୁ ସପିଂ ମଲ ଗୁଡିକ ବନ୍ଦ ରହିଥିଲା । ଆଜିଠାରୁ କଡା କଟକଣା ଭିତରେ ବିଭିନ୍ନ ସପିଂ ମଲ ଖୋଲିବା ପାଇଁ ଅନୁମତି ଦେଲେ ବିଏମସି । ତେବେ ୬ଟି ବିଗ୍ ବଜାରର ୩ଟି ମଲ୍ ଖୋଲିବା ପାଇଁ ଅନୁମତି ମିଳିଛି । ସେଥିମଧ୍ୟରୁ ପାଣ୍ଟାଲୁନ ଓ ସେଣ୍ଟ୍ରାଲ ମଲ ଖୋଲି ପାରିବ । ଏଥିପାଇଁ SOP ଜାରିକରିଛି ବିଏମସି । ତେବେ ସପିଂ ମଲକୁ ଯିବାକୁ ହେଲେ ଗ୍ରାହକଙ୍କୁ କିଛି ଗାଇଡଲାଇନ ମାନିବାକୁ ପଡିବ ତା ସହ ବିଏମସି ଜାରି କରିଥିବା ଗାଇଡ ଲାଇନ ଅନୁସାରେ ମଲ୍ ଖୋଲିବ ।
ଜାରି କରାଯାଇଥିବା ଗାଇଡଲାଇନ ଗୁଡିକ ହେଲା:
୧. ମଲ ଭିତରେ ପ୍ରବେଶ କରିବା ପୂର୍ବରୁ ଥର୍ମାଲ ସ୍କ୍ରିନିଂ ହେବ । ଜ୍ୱର, କାଶ, ଥଣ୍ଡା, ହୋଇଥିଲେ ମଲ ଭିତରକୁ ପ୍ରବେଶ ପାଇଁ ମନା କରାଯିବ ।
୨. ମଲ ଭିତରେ ସମସ୍ତ ଗ୍ରାହକ ସାମାଜିକ ଦୂରତା ରଖିବେ ଓ ମାସ୍କ ପିନ୍ଧିବେ ।
୩. ମଲ ଭିତରେ କୈାଣସି ପ୍ରମୋସନାଲ ପ୍ରୋଗ୍ରାମ କରାଯାଇପାରିବ ନାହିଁ ।
୪. ମଲ ଭିତରେ ଫୁଡ କୋର୍ଟ ଖୋଲାଯାଇପାରିବ ନାହିଁ ।
୫. ଷ୍ଟାଫ ଓ ଗ୍ରାହକ ଆରେ।ଗ୍ୟ ସେତୁ ଆପ୍ ଡାଉନଲୋଡ କରିବେ ।
୬. ମଲ ଭିତରେ ଥିବା ସିନେମା ହଲ ଓ ଫୋନ ଜୋନ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular