ନୂଆଦିଲ୍ଲୀ: ଆପଲ ତା’ର ଚାଇନିଜ୍ ଆପ୍ ଷ୍ଟୋର୍ରୁ ପ୍ରାୟ ୨୯,୮୦୦ ଆପ୍ ହଟେଇ ଦେଇଛି । ସେଥିରେ ପ୍ରାୟ ୨୬,୦୦୦ରୁ ଅଧିକ ଗେମ୍ ଆପ୍ ରହିଥିବା ଜଣାପଡ଼ିଛି । ଚୀନ୍ କର୍ତ୍ତୃପକ୍ଷଙ୍କ ଦ୍ବାରା ବିନା ଲାଇସେନ୍ସପ୍ରାପ୍ତ ଖେଳ ଆପ ଉପରେ କଟକଣା ଜାରି କରାଯିବା ପରେ ଆପଲ ଏଭଳି କରିଥିବା ନେଇ ସୂଚନା ମିଳିଛି। ଏହାପୂର୍ବରୁ,ଇନ୍-ଆପ୍ କ୍ରୟ କରିବା ନେଇ ଉପଭୋକ୍ତାମାନଙ୍କୁ ସକ୍ଷମ କରିବାକୁ ଆପଲ୍ ଗେମ୍ ପବ୍ଲିସରମାନଙ୍କୁ ଏକ ସରକାରୀ ଲାଇସେନ୍ସ ନମ୍ବର ଦାଖଲ କରିବାକୁ ଜୁନ୍ ଶେଷ ପର୍ଯ୍ୟନ୍ତ ସମୟ ଦେଇଥିଲା। । ଚୀନର ଆଣ୍ଡ୍ରଏଡ୍ ଆପ୍ ଷ୍ଟୋରଗୁଡ଼ିକ ସେହି ନିୟମାବଳୀକୁ ଦୀର୍ଘ ଦିନ ଧରି ପାଳନ କରିଆସୁଥିଲେ ମଧ୍ୟ ଚଳିତ ବର୍ଷ ଆପଲ୍ କାହିଁକି ୨୬,୦୦୦ ରୁ ଅଧିକ ଗେମ ଆପ ହଟାଇ ଦେଇଛି ତାହା ସ୍ପଷ୍ଟ ହୋଇନାହିଁ।
ସମ୍ବେଦନଶୀଳ ବିଷୟବସ୍ତୁ ହଟାଇବା ପାଇଁ ଚୀନ୍ ସରକାର ଏହାର ଖେଳ ଶିଳ୍ପ ଉପରେ କଠୋର ନିୟମ ଲାଗୁ କରିବାକୁ ଦୀର୍ଘ ଦିନରୁ ଚେଷ୍ଟା କରିଆସୁଛି। ଇନ୍-ଆପ୍ କ୍ରୟକୁ ସକ୍ଷମ କରିବାକୁ ଚାହୁଁଥିବା ଖେଳଗୁଡିକ ପାଇଁ ଅନୁମୋଦନ ପ୍ରକ୍ରିୟା ଲମ୍ବା ଏବଂ ଜଟିଳ ଅଟେ, ଏହା ସର୍ବ ବୃହତ ଖେଳ ବିକାଶକାରୀଙ୍କୁ କ୍ଷତି ପହଞ୍ଚାଉଥିବା କହିଛନ୍ତି ଖେଳ ଶିଳ୍ପର ଜଣେ କର୍ମଚାରୀ କହିଛନ୍ତି । ଏହା କ୍ଷୁଦ୍ର ଏବଂ ମଧ୍ୟମ ଆକାରର ବିକାଶକାରୀଙ୍କ ଆୟକୁ ଅଧିକ ପ୍ରଭାବିତ କରିଥାଏ, କିନ୍ତୁ ବ୍ୟବସାୟ ଲାଇସେନ୍ସ ହାସଲ କରିବାରେ ଅସୁବିଧା ହେତୁ ଏହା ଚୀନର ସମଗ୍ର ଆଇଓଏସ୍ ଗେମ୍ ଇଣ୍ଡଷ୍ଟ୍ରି ପାଇଁ ଘାତକ ବୋଲି ଆପ୍ ଇନ୍ ଚୀନ ପାଇଁ ଥିବା ମାର୍କେଟିଂ ମ୍ୟାନେଜର ଟଡ୍ କୁନ୍ କହିଛନ୍ତି। ଯାହା ବିଦେଶୀ କମ୍ପାନୀମାନଙ୍କୁ ସେମାନଙ୍କର ଆପ୍ ବଣ୍ଟନ କରିବାରେ ସାହାଯ୍ୟ କରେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0