spot_img

ଦେଶରେ ୧୭ ଲକ୍ଷ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବେକାବୁ ହେଉଛି କରୋନା ସ୍ଥିତି । ଗତ ୨୪ ଘଣ୍ଟାରେ ୫୪,୭୩୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅଗଷ୍ଟ ୨ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ମୋଟ ୧୭ ଲକ୍ଷ ୧୪ ହଜାର ୨୧୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଲକ୍ଷ ୪୫ ହଜାର ୬୨୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୭ ହଜାର ୩୬୪ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୫୪ ହଜାର ୭୩୫ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୭ ହଜାର ୭୩୦ ରହିଛି। ୨୪ ଘଣ୍ଟାରେ ୮୫୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହା ସହ ୨୪ଘଣ୍ଟାରେ ୮୫୩ଜଣ ମୃତ୍ୟୁବରଣ କରିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୩ ହଜାର ୬୪ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular