ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ (ଏନ୍ସିବି) ଦ୍ୱାରା ଗିରଫ ହୋଇଥିବା ଆର୍ୟନ୍ ଖାନ୍ ପଚରାଉଚରା ବେଳେ ବିକଳ ହୋଇ କାନ୍ଦି ପକାଇଥିବା କଥା ଜଣାପଡ଼ିଛି। ରବିବାର ଦିନ ‘ମୁମ୍ବାଇ କ୍ରୁଜ୍ ଡ୍ରଗ୍ କେସ୍’ରେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟନ୍ ଖାନ୍ଙ୍କୁ ଗିରଫ କରାଯାଇଥିଲା। ରବିବାର ଦିନ ଉକ୍ତ ‘ରେଭ୍ ପାର୍ଟି’ରୁ ଅଟକ ଥିବା ସମୁଦାୟ ୮ଜଣଙ୍କୁ ‘ଏନ୍ସିବି’ ଗିରଫ କରିଥିଲା। ଆର୍ୟନ୍ ଖାନ୍ଙ୍କ ବ୍ୟତୀତ ଏଥିରେ ଗିରଫ ହୋଇଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ମୁନ୍ମୁନ୍ ଧାମେଚା, ଅର୍ବାଜ୍ ମର୍ଚାଣ୍ଟ୍, ଇଶ୍ମିତ୍ ସିଂହ, ମୋହକ ଜସ୍ଓ୍ଵାଲ୍, ଗୋମିତ ଚୋପ୍ରା, ନୂପୁର ସାରିକା ଏବଂ ବିକ୍ରାନ୍ତ ଛୋକର୍। ଆର୍ୟନ୍ ଖାନ୍ ଏବଂ ଅର୍ବାଜ୍ଙ୍କ ବନ୍ଧୁତ୍ୱ ପ୍ରାୟ ୧୫ ବର୍ଷ ପୁରୁଣା। ‘ଏନ୍ସିବି’ ଅଧିକାରୀମାନଙ୍କ ସୂତ୍ରରୁ ପ୍ରକାଶ, ପଚରାଉଚରା ସମୟରେ ଖୁବ୍ ଅଧୀର ହୋଇ କାନ୍ଦି ଚାଲିଥିଲେ। ପ୍ରାୟ ୪ ବର୍ଷ ହେଲା ସେ ମାଦକ ଦ୍ରବ୍ୟ ସେବନ କରୁଛନ୍ତି ବୋଲି ମଧ୍ୟ ସ୍ୱୀକାର କରିଛନ୍ତି। ଗିରଫ ଆର୍ୟନ୍ଙ୍କୁ ‘ଏନ୍ସିବି’ ଅଧିକାରୀମାନେ ଶାହାରୁଖ ଖାନ୍ଙ୍କ ସହ ପ୍ରାୟ ଦୁଇ ମିନିଟ୍ କଥାବାର୍ତ୍ତା କରିବାକୁ ସୁଯୋଗ ଦେଇଥିଲେ। ‘ଏନ୍ସିବି’ ସୂତ୍ରରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, ଇଂଲଣ୍ଡ୍, ଦୁବାଇ ଏବଂ ଅନ୍ୟ ଦେଶମାନଙ୍କରେ ଥିବା ବେଳେ ମଧ୍ୟ ଆର୍ୟନ୍ ଖାନ୍ ମାଦକ ଦ୍ରବ୍ୟ ସେବନ କରୁଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0