ଉତ୍ତର ପ୍ରଦେଶ ପୁଲିସଦ୍ୱାରା ଗୃହବନ୍ଦିନୀ ଥିବା ଲକ୍ଷ୍ନୌ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୃହବନ୍ଦୀ ଆଦେଶ ଅମାନ୍ୟ କରି ରବିବାର ରାତିରେ ଲକ୍ଷ୍ନୌରୁ ଲଖିମ୍ପୁର ଖେରି ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। କିନ୍ତୁ, ପ୍ରାୟ ୫ ଘଣ୍ଟା ଅନୁଧାବନ କରିବା ପରେ ଆଜି ଭୋର୍ ପ୍ରାୟ ୫.୩୦ରେ ଉତ୍ତର ପ୍ରଦେଶ ପୁଲିସ ତାଙ୍କୁ ହରଗାଓଁ ଥାନା ଅଞ୍ଚଳରେ ଅଟକ ରଖିଛି। ଗତକାଲି କୃଷକ-ବିରୋଧୀ ଆଇନ ପ୍ରତିବାଦ ପ୍ରଦର୍ଶନ ସମୟରେ ସଂଗଠିତ ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା କୃଷକମାନଙ୍କ ପରିବାରବର୍ଗଙ୍କୁ ଭେଟିବା ଉଦ୍ଦେଶ୍ୟରେ ଯାଉଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଆଜି ବଡ଼ି ସକାଳୁ ଉତ୍ତର ପ୍ରଦେଶ ପୁଲିସ ଅଟକ ରଖିଛି। ଦଳେ ପ୍ରତିବାଦରତ କୃଷକ ଏବଂ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ‘କନ୍ଭଏ’ ସହ ମାରାତ୍ମକ ସଂଘର୍ଷ ଘଟିବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ସୋମବାର ଦିନ ପ୍ରଭାବିତ ପରିବାରବର୍ଗଙ୍କୁ ଟିକୁନିଆରେ ଭେଟିଥାଆନ୍ତେ। କିନ୍ତୁ, ତାଙ୍କୁ ଲକ୍ଷ୍ନୌରୁ ବାହାରକୁ ନ ଛାଡ଼ିବା ପାଇଁ ଗୃହବନ୍ଦିନୀ କରାଯାଇଥିଲା।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0