ଉତ୍ତର ପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡ ଘଟଣାକୁ ନେଇ ବିବାଦ ତୀବ୍ର ହେଉଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ହିଂସାରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ବର୍ଗଙ୍କୁ ଭେଟିବାକୁ ଉଦ୍ୟମ କରି ଅଟକ ରହିଥିବା ପ୍ରିୟଙ୍କା କାହିଁକି ଏଯାଏ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗିରଫ ହୋଇ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “ହିଂସା ହେଉଛି ହିଂସା। ମୁଁ ମୋ ଜୀବନରେ ଅନେକ ହିଂସା ଦେଖିଛି। ସେ ଚାଷୀଙ୍କ ସହ ଘଟୁ କିମ୍ବା ଅନ୍ୟ କାହା ସହ ଘଟୁ, ଯାହା ବି ଘଟିଲା ଭୁଲ। ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ। ମନ୍ତ୍ରୀଙ୍କ ପୁଅ ଆସିଲେ ଓ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦେଲେ। ଲୋକମାନେ ଏହାକୁ ନେଇ କ୍ରୋଧ ପ୍ରକାଶ କରିଛନ୍ତି।” ମାୟାବତୀ ଓ ଅଖିଲେଶ ଯାଦବଙ୍କୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି, “ଆପଣମାନେ ଗ୍ରାଉଣ୍ଡରେ ମାୟାବତୀ କିମ୍ବା ମୁଲାୟମଙ୍କୁ ଦେଖିଛନ୍ତି? ଅଖିଲେଶ? କୁଆଡ଼େ ଗଲେ ସେ? କଂଗ୍ରେସ ହିଁ ଗ୍ରାଉଣ୍ଡରେ ରହିଛି।” କୃଷି ଆଇନ ଉପରେ ପ୍ରତିକ୍ରିୟା ରଖି ପ୍ରିୟଙ୍କା ମୋଦି ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଚାଷୀମାନେ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି। ହେଲେ ସରକାର ଏହାକୁ ଆଦୌ ବୁଝି ପାରୁ ନାହାନ୍ତି। ସେମାନେ ବିଦେଶରେ ଜଣେ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଯାଉଛନ୍ତି। ସେମାନେ ଏଠାରେ ଲୋକଙ୍କ ସହ ଆଲୋଚନା କରିବାର ଆପଣମାନେ କେବେ ଦେଖିଛନ୍ତି?”



Visitors Today : 1
Total Visitors : 130423
Total Views : 9891953
Visitors Online Now : 0