ରିଏଲ୍ ଇଷ୍ଟେଟ୍ ରେଗୁଲେସନ୍ ଆକ୍ଟକୁ ନେଇ ଏକାଧିକ ନିର୍ଦ୍ଦେଶନାମା ଜାରି କରିଥିବା ସୁପ୍ରିମ୍କୋର୍ଟ ଆଜି କହିଛନ୍ତି ଯେ ଏବେ ରିିଏଲଇଷ୍ଟେଟ କ୍ଷେତ୍ରରେ ଉଭୟ ବିଲଡର୍ ଓ କ୍ରେତାଙ୍କ ପାଇଁ ଆଦର୍ଶ ଚୁକ୍ତିନାମା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍ ବି ଭି ନାଗରାଥନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏ ସଂକ୍ରାନ୍ତରେ ଆଗତ ଏକ ଆବେଦନ ଉପରେ ଶୁଣାଣି କରିବା ବେଳେ ଏହି ନିର୍ଦ୍ଦେଶ ଦେବା ସହ ଏ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ଏହାର ଜବାବ ମାଗିଛନ୍ତି। ଆଜି ସୁପ୍ରିମକୋର୍ଟ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି | ସୁପ୍ରିମକୋର୍ଟ ସୋମବାର କହିଛନ୍ତି ଯେ ଗ୍ରାହକମାନଙ୍କ ସୁରକ୍ଷା ପାଇଁ ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ଏକ ମଡେଲ୍ ବିଲ୍ଡର୍-କ୍ରୟର୍ ଚୁକ୍ତି ହେବା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ। କାରଣ ବିଲଡର/ ଠିକାଦାରମାନେ ଏଥିରେ ଅନେକ ଧାରା ରଖିବାକୁ ଚେଷ୍ଟା କରନ୍ତି, ଯାହା ସଂପର୍କରେ ସାଧାରଣ ଲୋକମାନେ ଅଜ୍ଞ ଥାଆନ୍ତି। ସେଥିପାଇଁ ଗ୍ରାହକଙ୍କ ସୁରକ୍ଷା ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ବିଲଡରମାନେ ଚୁକ୍ତିରେ ଅନେକ ଧାରା ରଖିବାକୁ ଚେଷ୍ଟା କରନ୍ତି ଯାହା ସାଧାରଣ ଲୋକମାନେ ଜାଣି ନଥାନ୍ତି। ସେଥିପାଇଁ ଚୁକ୍ତିରେ କିଛି ସମାନତା ରହିବା ଉଚିତ୍। ଦେଶରେ ଏହା (ମଡେଲ ବିଲଡର କ୍ରେତା ଚୁକ୍ତି) ହାସଲ ହେବା ଜରୁରୀ ବୋଲି ଖଣ୍ଡପୀଠ କହିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0