‘ଲଙ୍କାରେ ହରି ଶଦ୍ଦ ପରି କଂଗ୍ରେସ ମୁଖରେ ଶୋଭା ପାଉନି ଅନ୍ୟାୟ ଶବ୍ଦ’ । ଆଚରଣ ଓ ଉଚ୍ଚାରଣରେ ପାର୍ଥକ୍ୟ ଥିବା କହି କଂଗ୍ରେସକୁ ନୀତିବାଣୀ ଶୁଣାଇବା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପାଲଟା ଜବାବ ଦେଇଛନ୍ତି । “୧୯୮୪ ଦଙ୍ଗାରେ କଂଗ୍ରେସ ନେତା ଓ କର୍ମୀମାନେ ୧୦ ହଜାର ଶିଖଙ୍କୁ ଜୀବନ୍ତ ଜଳାଇ ଦେଇଥିଲେ । ଅହିଂସା ଶବ୍ଦ କଂଗ୍ରେସ ମୁହଁରେ ହାସ୍ୟାସ୍ପଦ ଲାଗୁଛି । ଉମାଭାରତୀ କହିଛନ୍ତି କଂଗ୍ରେସ ନେତାମାନଙ୍କ ପାଇଁ ଏକ ପରାମର୍ଶ ରହିଛି । କୃଷକଙ୍କ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ସହ କଂଗ୍ରେସ ଏକ ସହଯୋଗୀ ତଥା ସକରାତ୍ମକ ମନୋଭାବ ରଖିବା ଆବଶ୍ୟକ । ଉମା ଭାରତୀ ଟ୍ୱିଟରରେ ଲେଖିଛନ୍ତି, ଉତ୍ତରପ୍ରଦେଶର ପ୍ରଭାରୀ ଏବଂ କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟ କଂଗ୍ରେସ ନେତାମାନେ ଯେଉଁ ପ୍ରସଙ୍ଗରେ କହିବାର ଅଧିକାର ନାହିଁ, ସେ ସମ୍ପର୍କରେ ଆଲୋଚନା କରନ୍ତୁ ନାହିଁ । ଦେଶରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିବା ଦଳ ପାଟିରେ ଗଣତନ୍ତ୍ର ଶଦ୍ଦ କିପରି ଭାବେ ଉଚ୍ଚାରଣ କରୁଛନ୍ତି ! ଗଣହତ୍ୟା କରିଥିବା ସରକାର ଏବେ ଗଣତନ୍ତ୍ରର ପାଠ ପଢ଼ାଉଛି କିପରି ବୋଲି ସେ ପ୍ରଶ୍ନ କରିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0