ବିଶ୍ୱ ଦରବାରରେ ପାକିସ୍ତାନର ଅସଲ ମୁଖା ଖୋଲି ଭାରତ ଇମ୍ରାନ ଖାନ ସରକାରକୁ ତୀବ୍ର ସମାଲୋଚନା କରିଛି। ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଗୋଟିଏ ଦେଶ ଠାରୁ କେବେ ହେଲେ ଗଠନମୂଳକ ଅବଦାନ ଆଶା କରାଯାଇ ନପାରେ। ପାକିସ୍ତାନ ହେଉଛି ବିଶ୍ୱ ଆତଙ୍କବାଦୀ ପେଣ୍ଠସ୍ଥଳ ଓ ଦୁନିଆକୁ ଅସ୍ଥିର କରୁଥିବା ସବୁଠାରୁ ବଡ଼ ଶକ୍ତି ବୋଲି ଭାରତ କହିଛି। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ମିଶନ ପରାମର୍ଶଦାତା ଏମ ଅମରନାଥ ସୋମବାର କହିଛନ୍ତି, ପରମାଣୁ ସାମଗ୍ରୀ ଓ ଟେକ୍ନୋଲଜିକୁ ବେଆଇନ ଭାବେ ରାପ୍ତାନୀ କରୁଥିବା ଭଳି ଗୋଟିଏ ଦେଶଠାରୁ କୌଣସି ପ୍ରକାରର ପରାମର୍ଶ ଦରକାର ନାହିଁ। ସେ କହିଛନ୍ତି, “ପାକିସ୍ତାନ ବିଶ୍ୱ ସ୍ତରୀୟ ମଞ୍ଚକୁ ବିଭ୍ରାନ୍ତ କରିବା ପାଇଁ ମନଗଢ଼ା କଥା କହିବାରେ ଲାଗିଛି। ଏହାକୁ ଆମେ ସମସ୍ତେ ମିଳିତ ଭାବେ ଏହାକୁ ନିନ୍ଦା କରିବା ଦରକାର। ମିଳିତ ଜାତିସଂଘର ପ୍ରଥମ ଜେନେରାଲ ଆସେମ୍ବ୍ଲି କମିଟିରେ ପାକିସ୍ତାନ ରାଷ୍ଟ୍ରଦୂତ ମୁନୀର ଅକରମ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ଜମ୍ମୁ-କଶ୍ମୀରରେ ଭାରତ ସରକାର ଦମନ ଲୀଳା ଚଳାଇଥିବା ମଧ୍ୟ ସେ କହିଥିଲେ। ଏବେ ଭାରତ ରାଇଟୁ ରି ପ୍ଲାଏ ଜରିଆରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି। ଏମ ଅମରନାଥ କହିଛନ୍ତି, ଜମ୍ମୁ-କଶ୍ମୀର ସବୁବେଳେ ଭାରତର ଥିଲା, ରହିଛି ଓ ଆଗକୁ ମଧ୍ୟ ରହିବ। ଜମ୍ମୁ-କଶ୍ମୀରର ଗୋଟିଏ ଅଂଶକୁ ପାକିସ୍ତାନ ବେଆଇନ ଭାବେ କବଜା କରି ରଖିଛି। ତେଣୁ ଆମେ ପାକିସ୍ତାନକୁ ତୁରନ୍ତ ବେଆଇନ ଭାବେ ଦଖଲ କରିଥିବା ଅଂଶକୁ ଛାଡ଼ି ଦେବାକୁ ପରାମର୍ଶ ଦେଉଛୁ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0