spot_img

ଗିରଫ ହେଲେ ପ୍ରିୟଙ୍କା ଗାନ୍ଧୀ

କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଗିରଫ ହୋଇଛନ୍ତି | ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିବା ନେଇ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସୂଚନା ଦେଇଛନ୍ତି । ଭୋର୍ ସାଢ଼େ ୪ଟାରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲାଣ କରାଯାଇନି ବୋଲି କହିଛନ୍ତି ଚିଦାମ୍ବରମ । ସୋମବାର ପୂର୍ବାହ୍ନରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଲଖିମପୁର ନିକଟ ହରଗାଓଁରେ ଅଟକ ରଖାଯାଇଥିଲା। ସେବେଠାରୁ ପ୍ରିୟଙ୍କା ଗେଷ୍ଟ ହାଉସରେ ଥିଲେ । କିନ୍ତୁ ବର୍ତ୍ତମାନ ଖବର ଆସିଛି ପ୍ରିୟଙ୍କାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଗିରଫ କରାଯାଇଛି । ଉତ୍ତରପ୍ରଦେଶରେ ଲଖିମପୁର ଖେରି ହିଂସାର ପୀଡିତଙ୍କୁ ଭେଟିବାକୁ ଆସିଥିବା କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଉ ପୋଲିସ୍ ହେପାଜତରେ ନାହାଁନ୍ତି, ତାଙ୍କୁ ଗିରଫ କରାଯାଇଛି । ଗିରଫ କରିବା ପରେ ସୀତାପୁରର PAC ଗେଷ୍ଟ ହାଉସରେ ପ୍ରିୟଙ୍କାଙ୍କୁ ରଖିଛି ପୋଲିସ୍ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular