spot_img

ଉତ୍ତରପ୍ରଦେଶ ବାସୀଙ୍କୁ ମୋଦିଙ୍କ ଉପହାର

ଆଜାଦି କି ଅମୃତ ମହୋତ୍ସବ ଅବସରରେ ଉତ୍ତରପ୍ରଦେଶ ବାସୀଙ୍କୁ ବଡ ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଉତ୍ତରପ୍ରଦେଶ ଲକ୍ଷ୍ନୌରେ ନ୍ୟୁ ଇଣ୍ଡିଆନ୍ ଥିମ,କେନ୍ଦ୍ରୀୟ ଆବାସ ସହରୀ କାର୍ଯ୍ୟ ମନ୍ତ୍ରଣାଳୟ ଓ ନଗର ବିକାଶ ବିଭାଗ ଉତ୍ତରପ୍ରଦେଶର ମିଳିତ ଓ ଆନୁକୂଲ୍ୟରେ ତ୍ରୀଦିବସୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ପ୍ରଧୀନମନ୍ତ୍ରୀ ଆଗ୍ରା, କାନପୁର ଓ ଲଳିତପୁରର କିଛି ହିତାଧୀକାରି ମାନଙ୍କ ସହ ଅନଲାଇନ ମାଧ୍ୟମରେ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ସମୟରେ ସ୍ମାର୍ଟସିଟି ଯୋଜନା ଅନ୍ତର୍ଗତ ଆଗ୍ରା , ଅଲୀଗଡ଼, ବରେଲି, ଝାନ୍ସି, କାନ୍ପୁର, ଲକ୍ଷ୍ନୌ, ପ୍ରୟାଗରାଜ, ସହାରନପୁର, ମୁରାଦାବାଦ, ଓ ଅଯୋଧ୍ୟାରେ ଇଣ୍ଟ୍ରିକେଟେଡ କମାଣ୍ଡ ଏଣ୍ଡ କଣ୍ଟ୍ରୋଲ ସେଣ୍ଚର , ଇଣ୍ଟେଲିଜେନ୍ସ ଟ୍ରାଫିକ୍ ମେନେଜମେଣ୍ଟ ସିଷ୍ଟମ ଓ ସହରି ଭତ୍ତିଭୂମି ଓ ଅମୃତ ମିଶନ ଅନ୍ତର୍ଗତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍ତରପ୍ରଦେଶ ଜଳ ନିଗମ ଦ୍ୱାରା ନିର୍ମିତ ହୋଇଥିବା ପାନୀୟ ଜଳ ଓ ସ୍ୱରେଜର ପୁରା ୪,୭୩୭କୋଟି ଟଙ୍କାର ପ୍ରକଳ୍ପ କୁ ଶିଳାନ୍ୟାସ କରିବା ସହିତ ଲୋକାର୍ପଣ ମଧ୍ୟ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ,ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ। ଏହା ସହ ପ୍ରଧାନମନ୍ତ୍ରୀ ସମସ୍ତଜିଲ୍ଲାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚୟନିତ ହୋଇଥିବା ୭୫,୦୦୦ ହିତାଧିକାରୀଙ୍କୁ ଅନଲାଇନ ମାଧ୍ୟମରେ ସେମାନଙ୍କ ଘର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular