ଚୀନ୍ ସହ ଯୁଦ୍ଧ କରି ଆମେରିକା ପରାସ୍ତ ହୋଇପାରେ ବୋଲି ବୁଧବାର ଦିନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି। ବିଶ୍ୱର ଦୁଇ ବୃହତ୍ ଅର୍ଥନୀତି ଚୀନ୍ ଓ ଆମେରିକା ମଧ୍ୟରେ ୧୮ ମାସ ହେବ ବ୍ୟାବସାୟିକ ବିବାଦ ଲାଗି ରହିଛି। ବୈଷୟିକ ଯନ୍ତ୍ରାଂଶ ଠାରୁ ଆରମ୍ଭ କରି ପୂର୍ଣ୍ଣନିର୍ମିତ ସାମଗ୍ରୀ କ୍ଷେତ୍ରରେ ଯେସାକୁ ତେସା ନୀତି ଅବଲମ୍ବନ କରୁଛନ୍ତି। ୨୦୧୮ରେ ଚୀନ୍ ସହ ବାଣିଜ୍ୟିକ ସମର ଆରମ୍ଭ କରିଥିଲେ। ୧୩ଜଣ ମହାନ୍ ଯୋଦ୍ଧାଙ୍କୁ ହରାଇ ଏବଂ ୮୫ ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର ବିଶ୍ୱର ସର୍ବେତ୍କଷ୍ଟ ଏବଂ ବ୍ୟୟବହୁଳ ସାମରିକ ଉପକରଣ ସବୁ ତାଲିବାନକୁ ହସ୍ତାନ୍ତର କରି ଆମର ସେନାପତିମାନେ ଆତ୍ମସମର୍ପଣ କରିଥିବା କଥା ସେମାନେ ପ୍ରତ୍ୟକ୍ଷ ଭାବେ ଦେଖିଛନ୍ତି। ଚୀନ୍ ଓ ରୁଷ୍ ‘ରିଭର୍ସ ଇଞ୍ଜିୟରିଙ୍ଗ୍’ ବଳରେ ସେ ଉପକରଣଗୁଡ଼ିକୁ ନିଜ ନିଜ ଦେଶ ପାଇଁ ତିଆରି କରିପାରିବେ ବୋଲି ସେ କହିଛନ୍ତି। ‘ଡେମୋକ୍ରାଟ୍’ ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ସମାଲୋଚନା କରି ଟ୍ରମ୍ପ୍ କହିଛନ୍ତି, ଅନମନୀୟ ନିର୍ବାଚନ ହେତୁ ସମ୍ପ୍ରତି ଆମେରିକାରେ ଦୁର୍ବଳ ଓ ଦୁର୍ନୀତିଗ୍ରସ୍ତ ନେତୃତ୍ୱ କ୍ଷମତାସୀତ ହୋଇଛି। ଏବେ ଯୁକ୍ତରାଷ୍ଟ୍ର ଆମେରିକାକୁ ଆଉ ସମ୍ମାନ ଦେଉ ନ ଥିବା ଚୀନ୍ଠାରୁ ଆମେ ଅଚିରେ ପରାସ୍ତ ହୋଇ ପାରନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମ୍ପ୍ରତି ଦୁର୍ବଳ ଓ ଦୁର୍ନୀତିଗ୍ରସ୍ତ ସରକାର ଥିବା ଯୁକ୍ତରାଷ୍ଟ୍ର ଆମେରିକା ପ୍ରତି ବେଜିଙ୍ଗ୍ ଆଉ ସମ୍ମାନ ପ୍ରଦର୍ଶନ କରୁନାହିଁ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0