spot_img

ଭୂକମ୍ପରେ ଥରିଲା ପାକିସ୍ତାନ

ବଡ଼ ଧରଣର ଭୂମିକମ୍ପରେ ଥରିଲା ପାକିସ୍ତାନ । ଦକ୍ଷିଣ ପାକିସ୍ତାନରେ ହୋଇଥିଲା ଭୂମିକମ୍ପ । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୬.୦ । ଏତେ ଜୋରରେ କମ୍ପନ ହୋଇଥିଲା ଯେ ଘରର ଛାତ ଭୁଶୁଡ଼ି ପଡ଼ିବା ସହ କାନ୍ଥ ପଡ଼ିଯାଇଥିଲା । ଆଜି ଭୋର ପାଖାପାଖି ସାଢ଼େ ୩ଟା ବେଳେ କମ୍ପନ ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା, ବିଦ୍ୟୁତ ସେବା ଓ ମୋବାଇଲ୍ ଫୋନ୍ ସେବା ପ୍ରଭାବିତ ହୋଇଛି । ଭୟରେ ଘର ଭିତରୁ ବାହାରି ଆସିଥିଲେ ଲୋକ । ଭୂମିକମ୍ପରେ ୨୦ ଜଣଙ୍କର ମୃତ୍ୟୁ ସୂଚନା ମିଳିଛି । ବହୁ ଆହତ ହୋଇଛନ୍ତି । ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି । ବେଶୀ ପ୍ରଭାବିତ ହୋଇଛି ବାଲୋଚିସ୍ତାନର ହରନେଇ ସହର । ସେହିପରି କ୍ୱେଟ୍ଟା ସହରରେ ବି ଲୋକ କମ୍ପନ ଅନୁଭବ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular