ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ ଯଶୱନ୍ତ ସିଂହ ଓ ଜଷ୍ଟିସ୍ ଅରିନ୍ଦମ୍ ସିହ୍ନା ଶପଥ ଗ୍ରହଣ କରିଛନ୍ତି। ଆଜି ଦୁଇ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୪ରେ ପହଞ୍ଚିଛି। ଏଠାରେ ସୂଚନା ଯୋଗ୍ୟ ଯେ ଓଡ଼ିଶା ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତି ସଂଖ୍ୟା ୨୭। ୧୯୬୧, ଫେବ୍ରୁଆରି ୨୩ରେ ୨୩ରେ ହରିୟାଣାର ରୋହତକଠାରେ ଜଷ୍ଟିସ ଯଶୱନ୍ତ ସିଂହ ଜନ୍ମ ଗ୍ରହଣ କରିଥିଲେ। ୧୯୮୦ରେ ସ୍ନାତକ ପାସ୍ କରିବା ପରେ ସେ ମହର୍ଷି ଦୟାନନ୍ଦ ବିଦ୍ୟାଳୟରୁ ଆଇନ ଓ ଏମବିଏ ଡିଗ୍ରି ହାସଲ କରିଥିଲେ। ୧୯୮୬ରେ ଆଇନଜୀବୀ ଭାବେ ସେ କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରଥମରୁ ଶୀର୍ଶା ଜିଲ୍ଲା ଅଦାଲତରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ୧୯୮୮ ଏପ୍ରିଲରୁ ସେ ଚଣ୍ଡିଗଡ଼କୁ ଆସି ପଞ୍ଜାବ ଓ ହରିୟାନା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ। ହାଇକୋର୍ଟ ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0