ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ଘଟଣାରେ ଜାହାଜରେ ରେଡ ପଡିବାବେଳେ ଧରାପଡିଥିଲେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ । ତାଙ୍କୁ ହେଫାଜତରେ ନେଇ ଜେରା କରିଥିଲା ଏନସିବି । ହି ଘଟଣାକୁ ନେଇ ହ୍ରିତିକ ରୋଶନ ଆର୍ଯ୍ୟନ ଖାନଙ୍କ ପାଇଁ ନିକଟରେ ଏକ ପୋଷ୍ଟ ଲେଖିଛନ୍ତି। ଏହି ପୋଷ୍ଟରେ ହ୍ରିତିକ ଲେଖିଛନ୍ତି, ‘ମୋର ପ୍ରିୟ ଆର୍ଯ୍ୟ। ଜୀବନ ଏକ ଅଦ୍ଭୁତ ଯାତ୍ରା । ଜୀବନ ଏଥିପାଇଁ ମହାନ କାରଣ ଏଥିରେ କିଛି ନିଶ୍ଚିତ ନୁହେଁ । ଏହା ଏଥିପାଇଁ ବି ମହାନ କାରଣ ଏହା ଆମମାନଙ୍କ ସାମ୍ନାରେ କଠିନ ପରିସ୍ଥିତି ଆଣିଥାଏ କିନ୍ତୁ ଭଗବାନ ବହୁତ ଦୟାଳୁ । ଯଦି ତୁମେ ଶଇତାନର ଆଖିରେ ଦେଖି ନିଜକୁ ଶାନ୍ତ ରଖିଛ । ଶାନ୍ତ ରୁହ କ’ଣ ହେଉଛି ଦେଖିଚାଲ। ଏହା ତୁମର ଆସନ୍ତାକାଲିର ନିର୍ଣ୍ଣୟ କରିବ ଏବଂ ଆଗାମୀ ଦିନ ଭରସା ପୂର୍ଣ୍ଣ ହେବ | କିନ୍ତୁ ଏଥିପାଇଁ ତୁମକୁ ଏବେ ଅନ୍ଧକାର ଦେଇ ଗତି କରିବାକୁ ପଡିବ । ଶାନ୍ତ ରୁହ ଏବଂ ନିଜକୁ ହାରିବାକୁ ଦିଅନାହିଁ | ଆଶାର ଆଲୋକ ଉପରେ ବିଶ୍ୱାସ କର। ତୁମକୁ ମୁଁ ବହୁତ ଭଲ ପାଏ। ଭଗବାନ ସର୍ବଦା ସାାହାସୀ ଲୋକଙ୍କ ସାମ୍ନାରେ କଠିନ ପରିସ୍ଥିତି ସୃଷ୍ଟି କରିଥାଆନ୍ତି। ତୁମେ ଜାଣିଛ, ତୁମକୁ ଏଥିପାଇଁ ଚୟନ କରାଯାଇଛି। ଏଭଳି ପରିସ୍ଥିତିରେ ତୁମେ ନିଜକୁ ସମ୍ଭାଳି ପାରିବ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0