ମହାରାଷ୍ଟ୍ର ରେଲୱେ ପୋଲିସ ଏନସିବିର ଜଣେ ଅଧିକାରୀଙ୍କୁ ଗିରଫ କରିଛି। ଅଧିକାରୀଙ୍କ ବିରୋଧରେ ଜଣେ ମହିଳା ଚଳନ୍ତା ଟ୍ରେନରେ ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି। ଯେଉଁ ଟ୍ରେନରେ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି ତାହା ହାଇଦ୍ରାବାଦରୁ ପୁନେ ମଧ୍ୟରେ ଚାଲେ। ଗିରଫ ପରେ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୫୪ ଅନୁଯାୟୀ ମାମଲା ରୁଜ୍ଜୁ ହୋଇଛି। ଅଧିକାରୀଙ୍କ କହିବାନୁଯାୟୀ, ଦୀନେଶ ଚୌହାନ ହାଇଦ୍ରାବାଦରୁ ପୁନେ ଫେରୁଥିଲେ। ସେ ହାଇଦ୍ରାବାଦ କୋର୍ଟର ଏକ ମାମଲାରେ ଜାରି ଶୁଣାଣିରେ ସାମିଲ ହେବାକୁ ଯାଇଥିଲେ ଓ ପୁନେ ଫେରୁଥିଲେ। ସେ ଯେଉଁ କମ୍ପାର୍ଟମେଣ୍ଟରେ ଯାତ୍ରା କରୁଥିଲେ ସେଥିରେ ଜଣେ ୨୫ ବର୍ଷୀୟ ମହିଳା ମଧ୍ୟ ଯାତ୍ରା କରୁଥିଲେ। ମହିଳା କହିଛନ୍ତି ଯେ ଏନସିବି ତାଙ୍କୁ ଭୁଲ ତରିକାରେ ଛୁଇଁବାକୁ ଚେଷ୍ଟା କରିଥିଲେ। ଅଧିକାରୀ ବ୍ୟବହାରରେ ହଇରାଣ ହୋଇ ମହିଳା ପାଟି କରିଥିଲେ। ଗିରଫ ଅଭିଯୁକ୍ତ ହେଲେ ଦୀନେଶ ଚୌହାନ। ତାଙ୍କୁ ପରଲି ରେଲୱେ ପୋଲିସ ଗିରଫ କରିଛି। ପରଲି ରେଲୱେ ଷ୍ଟେସନ ଔରଙ୍ଗାବାଦ ରେଲୱେ ୟୁନିଟରେ ଆସେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0