ଲକ୍ଷ୍ମୀପୁର ଖେରି ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଆଶିଷ ମିଶ୍ରାଙ୍କୁ ପୋଲିସ ଏପର୍ଯ୍ୟନ୍ତ ଗିରଫ କରିବାରେ ସଫଳ ହୋଇନାହିଁ । ମାମଲାକୁ ନେଇ ପୋଲିସ ଖୋଜାଖୋଜି ଜାରି ରଖିଛି । ହେଲେ ଇତି ମଧ୍ୟରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି କେବଳ ଅଭିଯୋଗକୁ ନେଇ କାହାକୁ ଗିରଫ କରାଯାଇ ପାରିବ ନାହିଁ । ଏଥିପାଇଁ ଆବଶ୍ୟକ କେବଳ ପ୍ରମାଣ । ପ୍ରମାଣ ଥିଲେ ଜଣଙ୍କୁ ଗିରଫ କରାଯାଇ ପାରିବ । ଅକ୍ଟୋବର ୩ରେ ଲକ୍ଷ୍ମୀପୁର ଖେରିରେ କୃଷକମାନେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ପ୍ରଦର୍ଶନ କରୁଥିବା ବେଳେ ହଠାତ୍ ସେମାନଙ୍କ ଉପରେ ଦୁଇଟି ଏସ୍ୟୁଭି ଗାଡି ମାଡିଯିବାରୁ ୮ଜଣଙ୍କର ମୃତ୍ୟୁ ହେବା ସହ ଆଉ କେତେଜଣ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମାମଲାକୁ ନେଇ ପୋଲିସ ଖୋଜାଖୋଜି ଜାରି ରଖିଛି । କିଏ କହୁଛି ସେ ନେପାଳ ଚାଲିଯାଇଛନ୍ତି ତ ପୁଣି କୁହାଯାଉଛି ସେ ଉତ୍ତରାଖଣ୍ଡରେ ଅଛନ୍ତି । ପୋଲିସ ତାଙ୍କ ଘର ବାହାରେ ପଚରା ଉଚରା ପାଇଁ ନୋଟିସ ବି ଲଗାଇଛି ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0