ଉତ୍ତର ପ୍ରଦେଶର ଲଖିମ୍ପୁର ଖେରିରେ କୃଷକମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ ବୋଲି ଅଭିଯୋଗ ହେଉଥିବା ଆଶିଷ ମିଶ୍ରା ପଚରାଉଚରାର ସମ୍ମୁଖୀନ ହେବାକୁ ଆଜି ଲଖିମ୍ପୁର ପୋଲିସ୍ ଲାଇନ୍ସ୍ଥିତ କ୍ରାଇମ୍ ବ୍ରାଞ୍ଚ୍ ଅଫସିରେ ପହଞ୍ଚିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ଉତ୍ତର ପ୍ରଦେଶ ପୁଲିସ ଆଗରେ ହାଜର ହେବାକୁ ତାଙ୍କୁ କୁହାଯାଇଥିଲା। ଜିଲ୍ଲାରେ ଘଟିଥିବା ହିଂସାକାଣ୍ଡ ସଂକ୍ରାନ୍ତରେ ଗତକାଲି ତାଙ୍କୁ ପଚରାଉଚରା କରାଯିବା କଥା। ସେଥିପାଇଁ ସମନ୍ ପଠାଯାଇଥିଲେ ବି ଗତକାଲି ତାଙ୍କର ଦେଖା ନ ଥିଲା କି, ସେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହୋଇ ନ ଥିଲେ। ଆଜି ଆଶିଷ ମିଶ୍ରା ପୁଲିସ ଆଗରେ ହାଜର ହେବେ ବୋଲି ତାଙ୍କ ଆଇଗତ ପରାମର୍ଶଦାତା ଅଦ୍ୱେଶ କୁମାର କହିଥିଲେ। ସେ କହିଥିଲେ, ଆମେ ନୋଟିସ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ତଦନ୍ତରେ ସହଯୋଗ କରିବୁ। ଆଶିଷ ମିଶ୍ରା ହାଜର ହେବା ପୂର୍ବରୁ ପୁଲିସ ତେନିଙ୍କ ବାସଭବନ ଓ ଲଖିମ୍ପୁର ପୁଲିସ ଲାଇନ୍ରେ ନିରାପତ୍ତା ବ୍ୟବସ୍ଥା କଡ଼ାକଡ଼ି କରିଥିଲା। ଆଶିଷ କ୍ରାଇମ୍ ବ୍ରାଞ୍ଚ୍ ଅଫିସ୍ରେ ପହଞ୍ଚିବା ପରେ ପଚରାଉଚରା ଆରମ୍ଭ ହୋଇଥିବା କଥା ଉତ୍ତର ପ୍ରଦେଶ ପୁଲିସ ‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ର (ଏସ୍ଆଇଟି) ‘ଡିଆଇଜି’ ସୁନିଶ୍ଚିତ କରି କହିଛନ୍ତି। ଲଖିମ୍ପୁର ହିଂସାକାଣ୍ଡ ମାମଲା ତଦନ୍ତ କରିବା ପାଇଁ ଉକ୍ତ ଟିମ୍ ଗଠନ କରାଯାଇଥିଲା।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0