ପଶ୍ଚିମବଙ୍ଗର ଚାରି ବିଧାନସଭା ଆସନରେ ଅକ୍ଟୋବର ୩୦ରେ ହେବାକୁ ଥିବା ଉପ ନିର୍ବାଚନ ପାଇଁ ଟିଏମସି ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଏଥିରେ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ସମେତ ଅନେକ ନେତାଙ୍କ ନାମ ରହିଛି । ହେଲେ ଏଥିରେ ବାବୁଲ ସୁପ୍ରିୟୋଙ୍କୁ ସ୍ଥାନ ମିଳିନି । ମମତା ବାନାର୍ଜୀ ବାବୁଲଙ୍କୁ ଭବାନୀପୁର ଉପ ନିର୍ବାଚନରେ ବିଜେପି ନେତା ପ୍ରିୟଙ୍କା ଟିବେୱାଲଙ୍କ ବିରୋଧରେ ପ୍ରଚାର କରିବାକୁ କହିଥିଲେ । ମାତ୍ର ବାବୁଲ ପ୍ରଚାର କରିବାକୁ ମନା କରି ଦେଇଥିଲେ । ବାବୁଲ କହିଥିଲେ, ଟିବେୱାଲ ଦୀର୍ଘ ସମୟରୁ ତାଙ୍କର ଜଣେ ଉତ୍ତମ ବନ୍ଧୁ । ମୋତେ ତାଙ୍କ ବିରୋଧରେ ପ୍ରଚାର କରିବାରେ ଲଜ୍ଜା ଅନୁଭବ ଲାଗିବ । ଏଥିପାଇଁ ମୋତେ ଏହି ପ୍ରଚାର ଅଭିଯାନରୁ ଦୂରରେ ରଖାଯାଉ । ନିକଟରେ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ବାବୁଲ ସୁପ୍ରିୟୋ । ହେଲେ ଏବେ ତାଙ୍କୁ ନିରାଶ ହେବାକୁ ପଡିଛି । ବାବୁଲ ସୁପ୍ରିୟୋ ଯେଉଁ ଆଶା ନେଇ ମମତା ବାନାର୍ଜୀଙ୍କ ପାର୍ଟିରେ ସାମିଲ୍ ହୋଇଥିଲେ, ତାହା ଏବେ ମଳିନ ପଡୁଥିବା ଦେଖିବାକୁ ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0