ଜୁଲାଇ ୧୨ ତାରିଖ ରାତିରେ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡି ସ୍ଥିତ ତାଙ୍କ ସରକାରୀ କ୍ୱାର୍ଟର୍ସରେ ସନ୍ଦେହଜନକ ଭାବେ ପୋଡ଼ି ହୋଇ ଗୁରୁତର ହୋଇପଡ଼ିଥିଲେ। ୧୩ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଥିଲା। ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୩ଶହ ପୃଷ୍ଠାର ଚାର୍ଜସିରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ୍ ଦିଆଯିବା ସହ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଘଟଣା ପାଇଁ ଦାୟୀ କରିଛି କ୍ରାଇମବ୍ରାଞ୍ଚ । ଗତରାତିରେ ଏହି ଚାର୍ଜସିଟ ପାରଳାଖେମୁଣ୍ଡି କୋର୍ଟରେ ଦାଖଲ କରାଯାଇଛି । ନିଜେ ନିଆଁ ଲିଭାଇନଥିଲେ କି ଲିଭାଇବାକୁ କାହାକୁ ଡାକି ନଥିଲେ। ତେଣୁ ସୌମ୍ୟରଞ୍ଜନଙ୍କ ଶରୀର ୯୫ ପ୍ରତିଶତ ପୋଡି ହୋଇଯାଇଥିଲା ଏବଂ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ବିଦ୍ୟାଭାରତୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ବିଦ୍ୟାଭାରତୀଙ୍କ ନାଁରେ ଦଫା ୨୮୫ ଓ ୩୦୪ (ଏ) ଲଗାଯାଇଛି ବୋଲି ଏଡିଜି ରହିଛନ୍ତି। ପରେ ମାମଲାର ଗମ୍ଭୀରତାକୁ ଦେଖି ଏହାକୁ କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର କରାଯାଇଥିଲା।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0