ଶୁକ୍ରବାର ଦିନ ମୁମ୍ବାଇର ଏକ ଆଞ୍ଚଳିକ ଅଦାଲତ ଅଭିନେତା ଶାହରୁଖ ଖାନ୍ଙ୍କ ପୁଅ ଆର୍ୟନ୍, ବନ୍ଧୁ ଅର୍ବାଜ୍ ମର୍ଚାଣ୍ଟ୍ ଏବଂ ମୁନ୍ମୁନ୍ ଧାମେଚାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। ଅକ୍ଟୋବର ୨ ତାରିଖ ଦିନ ମୁମ୍ବାଇ ଉପକୂଳ ଅନ୍ତର୍ଗତ ସମୁଦ୍ର ମଧ୍ୟରେ ଗୋଟାଏ ବିଳାସମୟ ଜାହାଜରେ ଚାଲିଥିବା ରେଭ୍ ପାର୍ଟିରୁ ସେମାନଙ୍କୁ ଗିରଫ କରାଯାଇଥିଲା। ‘କ୍ରୁଜ୍ ସିପ୍ ଡ୍ରଗ୍ସ୍’ ମାମଲାରେ ସମ୍ପୃକ୍ତି ଥିବା ହେତୁ ଆଜି ‘ନାକ୍ରୋଟିକ୍ସ୍ କଣ୍ଟ୍ରୋଲ୍ ବ୍ୟୁରୋ’ (ଏନ୍ସିବି) ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଚଳଚ୍ଚିତ୍ର ପ୍ରଯୋଜକ ଇମ୍ତିୟାଜ୍ ଖତ୍ରୀଙ୍କ ବାସଭବନ ଓ ଅଫିସ୍ରେ ଖାନତଲାସ କରୁଥିବା କଥା ଜଣେ ଅଧିକାରୀ କହିଛନ୍ତି। ଖତ୍ରୀଙ୍କ ଘରେ ଚଢ଼ାଉ ସମ୍ବନ୍ଧରେ ଅଧିକ କିଛି କହିବାକୁ ‘ଏନ୍ସିବି’ର କ୍ଷେତ୍ରୀୟ ନିର୍ଦେଶକ ସମୀ ଓ୍ଵାଙ୍ଖେଡ଼େ ମନା କରି ଦେଇଛନ୍ତି। ଗତବର୍ଷ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଖତ୍ରୀଙ୍କ ନାମ ଲୋକଲୋଚନକୁ ଆସିଥିଲା। ଦିବଂଗତ ଅଭିନେତାଙ୍କ ଶ୍ରୁତି ମୋଦୀଙ୍କ ଓକିଲ ଅଶୋକ ସରାଓଗି ଦାବି କରିଥିଲେ ଯେ, ଖତ୍ରୀ ସୁଶାନ୍ତ ସିଂହ ରାଜପୁତ ଏବଂ ରିୟା ଚକ୍ରବର୍ତ୍ତୀଙ୍କୁ ଡ୍ରଗ୍ ଯୋଗାଉ ଥିଲେ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0