ମୁମ୍ବାଇର ଏକ କ୍ରୁଜ୍ରେ ଡ୍ରଗ୍ ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ଙ୍କୁ ଗିରଫ କରାଯିବା ପରେ ବଲିଉଡ ଶାହରୁଖଙ୍କ ସାମ୍ନାରେ ଏକ ନୂଆ ସମସ୍ୟା ଆସିଛି। ପୁଅ ଆର୍ଯ୍ୟନଙ୍କୁ ଗିରଫ କରିବା ପରେ ବର୍ତ୍ତମାନ ଏକ ବଡ ବ୍ରାଣ୍ଡ ଶାହାରୁଖ୍ଙ୍କ ସହିତ ସମ୍ପର୍କ ଭାଙ୍ଗି ଦେଇଛି । ଗତ କିଛି ଦିନ ହେବ ବ୍ରାଣ୍ଡ ଶାହରୁଖ ଖାନଙ୍କ ବିଜ୍ଞାପନକୁ ଆଡଭାନ୍ସ ପଇସା ଦେବା ପରେ ଏବେ ବନ୍ଦ କରିବାକୁ ଘୋଷଣା କରିଛି। ଏହା ଶାହାରୁଖଙ୍କ ପାଇଁ ସବୁଠୁ ବଡ ପ୍ରୋଜେକ୍ଟ ଥିଲା । ଗତ କିଛି ଦିନ ମଧ୍ୟରେ ଟ୍ୱିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅନେକ ଟ୍ରୋଲରଙ୍କ ସମୁଖ୍ଖୀନ ହେବାକୁ ପଡିଛନ୍ତି । ଏହା ପରେ ଆଡଭାନ୍ସ ବୁକିଂ ସତ୍ତ୍ବେ ମଧ୍ୟ ଶାହରୁଖ ଖାନଙ୍କ ଠାରୁ ବିଜ୍ଞାପନ ଫେରାଇ ନିଆଯାଇଛି। ଏହି ଖବର ପାଇବା ପରେ ବାଇଜୁର ମୁଖପାତ୍ର ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ତେବେ ଏହି ମାମଲା ସହିତ ପରିଚିତ ଲୋକମାନେ କହିଛନ୍ତି ଯେ ଶାହାରୁଖ ଖାନଙ୍କ ବାଇଜୁ ଚୁକ୍ତିରେ ବାର୍ଷିକ ୩-୪ କୋଟି ଟଙ୍କା ସ୍ଥିର କରାଯାଇଛି। ଶାହାରୁଖ ୨୦୧୭ ଠାରୁ ଏହି ବ୍ରାଣ୍ଡ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ରହିଆସିଛନ୍ତି ଏବଂ ଯୋଗଦେବା ପରେ କମ୍ପାନୀ ମଧ୍ୟ ବହୁତ ବୃଦ୍ଧି ପାଇଛି। ସେ କହିଛନ୍ତି, ‘ସେ (ବାଇଜୁ) ବର୍ତ୍ତମାନ ପର୍ଯ୍ୟନ୍ତ ଶାହାରୁଖଙ୍କ ସହ ଜଡିତ ସମସ୍ତ ପ୍ରମୋଶନକୁ ବନ୍ଦ କରି ଦେଇଛି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0