କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ର ଆଜି ଲଖିମପୁର ଖେରି ମୃତ୍ୟୁ ମାମଲାରେ ‘କ୍ରାଇମ୍ ବ୍ରାଞ୍ଚ୍’ରେ ହାଜର ହେବା ପରେ ପଞ୍ଜାବ କଂଗ୍ରେସ ନେତା ନବଜୋତ୍ ସିଂହ ସିଦ୍ଧୁ ଅନଶନ ଭଙ୍ଗ କରିଛନ୍ତି। କଶ୍ୟପଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ସିଧୁ ବିଜେପି ନେତୃତ୍ୱାଧୀନ ଉତ୍ତର ପ୍ରଦେଶ ସରକାରଙ୍କ ସମାଲୋଚନା କରି କହିଥିଲେ, ଆଇନ ଓ ନ୍ୟାୟ ଠାରୁ ବଡ଼ ଆଉ କିଛି ନାହିଁ। ଅଭିଯୁକ୍ତ ମନ୍ତ୍ରୀଙ୍କ ପୁତ୍ର ହୋଇଥିବାରୁ ଉତ୍ତର ପ୍ରଦେଶ ସରକାର କୌଣସି ପଦକ୍ଷେପ ନେଉନାହିଁ। ଏବେ କ୍ଷମତାସୀନ ଏବଂ ଗରିବ ଜନତାଙ୍କ ପ୍ରତି ଆଇନ ପୃଥକ୍ ହୋଇଗଲାଣି। ପାରଙ୍ଗମ ହୋଇଥିବାରୁ ପୁଲିସ ଯାହାନାହିଁ ତାହା କରି ପାରିବ, କିନ୍ତୁ, ଏ କ୍ଷେତ୍ରରେ କିଛି କରାଯାଇନାହିଁ। ଆଶିଷ ମିଶ୍ରାଙ୍କୁ ଗିରଫ କରାଯାଉ ବୋଲି ଦାବି କରି ଗତକାଲି ସିଦ୍ଧୁ ଲଖିମ୍ପୁର ହିଂସାକାଣ୍ଡରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ରମଣ କଶ୍ୟପଙ୍କ ଘରେ ଅନଶନ ଆରମ୍ଭ କରିଥିଲେ। ଏ ସଂକ୍ରାନ୍ତରେ ଟୁଇଟ୍ କରି ପଞ୍ଜାବ କଂଗ୍ରେସ ୟୁନିଟ୍ ଲେଖିଥିଲା: ଲଖିମ୍ପୁର ନରସଂହାର ତଦନ୍ତରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅକୁ ସାମିଲ କରାଯାଉ ବୋଲି ଦାବି କରି ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନବଜୋତ୍ ସିଂହ ସିଦ୍ଧୁ ଅନଶନ ଆରମ୍ଭ କରିଛନ୍ତି।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0