ଭାରତ ଆସାମରେ ବେଦଖଲ ଅଭିଯାନ ସଂପର୍କିତ ଏକ ଘଟଣା ବିଷୟରେ ଭ୍ରମାତ୍ମକ ବକ୍ତବ୍ୟ ଦେବାକୁ ନେଇ ଶୁକ୍ରବାର ମୁସଲିମ୍ ଦେଶ ଗୁଡ଼ିକର ଦଳ ଇସଲାମିକ ସହଯୋଗ ସଙ୍ଗଠନ (ଓଆଇସି)କୁ ସମାଲୋଚନା କରିଛି । ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଅରିନ୍ଦମ ବାଗ୍ଚୀ କହିଛନ୍ତି କି ଭାରତ ଏମିତି ସବୁ ଅନୁଚିତ ବୟାନକୁ ଖାରଜ କରୁଛି ଏବଂ ଆଶା କରୁଛି କି ଭବିଷ୍ୟତରେ ଏମିତି କୌଣସି ସନ୍ଦର୍ଭ ଦିଆ ନଯାଉ। ବାଗଚୀ କହିଛନ୍ତି , ଭାରତ ଏହି କଥାକୁ ଅତ୍ୟନ୍ତ ଦୁଃଖିତ ଯେ, ଇସଲାମିକ୍ ସହଯୋଗ ସଙ୍ଗଠନ ( ଓଆଇସି) ଭାରତର ରାଜ୍ୟ ଆସାମରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଉପରେ ତଥ୍ୟାତ୍ମକ ରୂପେ ଭୁଲ୍ ଓ ଭ୍ରମାତ୍ମକ ବୟାନ ଜାରି କରିଛି। ଆଉ ପୁଣି ଥରେ ଭାରତର ଆଭ୍ୟନ୍ତରିଣ ମାମଲାରେ ଟିପ୍ପଣି ଦେବାକୁ ନିଷ୍ପତ୍ତି ନେଇଛି | ବାଗଚୀ ଗତ ମାସରେ ଆସାମର ଦରାଙ୍ଗ ଜିଲ୍ଲାର ଏକ ଘଟଣା ଉପରେ ଓଆଇସିର ଟିପ୍ପଣୀ ବିଷୟରେ ମିଡ଼ିଆର ଏକ ପ୍ରଶ୍ନର ଜବାବ ଦେଇଥିଲେ । ସୂଚନାଯୋଗ୍ୟ ଯେ ମୁସଲିମ୍ ଦେଶ ଗୁଡ଼ିକର ସଙ୍ଗଠନ ଓଆଇସି ଭାରତର ପୂର୍ବୋତ୍ତର ରାଜ୍ୟ ଆସାମର ଦରାଙ୍ଗ ଜିଲ୍ଲାରେ ଗତ ମାସରେ ସରକାରୀ ଜମିରେ ଅନଧିକାର ହଟାଓ ଅଭିଯାନ ରେ ନିଆଯାଇ ଥିବା ପଦକ୍ଷେପକୁ ନାପସନ୍ଦ କରିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0