ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆକୁ ନିଜ ଘର ଭଡାରେ ଦେଇଛନ୍ତି ଅମିତାଭ ବଚ୍ଚନ। ୧୫ ବର୍ଷ ପାଇଁ ସେ ଏସବିଆଇକୁ ଲିଜ୍ରେ ଘର ଦେଇଛନ୍ତି। ଅର୍ଥାତ ଏବେ ଏସବିଆଇ ବିଗ୍ ବିଙ୍କ ଭଡାଟିଆ ହୋଇଛି। ଅମିତାଭ ବଚ୍ଚନ ନିଜ ଘର ‘ଜଲସା’ର ପାଖରେ ଥିବା ଏକ ଘରକୁ ଭଡାରେ ବ୍ୟାଙ୍କକୁ ଦେଇଛନ୍ତି। ବିଗ୍ ବିଙ୍କ ଏହି ପ୍ରପଟି ଜୁହୁ ଭିଲେ ପାର୍ଲେ ଡିପାର୍ଟମେଣ୍ଟରେ ରହିଛି। ତାଙ୍କୁ ପ୍ରତି ମାସରେ ଏହାର ଭଡା ୧୮.୯୦ ଲକ୍ଷ ଟଙ୍କା ମିଳିବ। ଅମିତାଭ ବଚ୍ଚନଙ୍କ ଏହି ପ୍ରପଟି ଗ୍ରାଉଣ୍ଡ ଫ୍ଲୋରରେ ରହିଛି, ଯାହାର ଏରିଆ ୩୧୫୦ ସ୍କୋୟାର ଫୁଟ୍ ରହିଛି। ଷ୍ଟାମ୍ପ ଡ୍ୟୁଟି ଡକ୍ୟୁମେଣ୍ଟନ ଅନୁସାରେ, ଅମିତାଭ ବଚ୍ଚନ ୩୧୫୦୦ ସ୍କୋୟାର ଫୁଟ୍ ଗ୍ରାଉଣ୍ଡ ଫ୍ଲୋରକୁ ୧୫ ବର୍ଷ ପାଇଁ ଦିଆଯାଇଛି।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0