spot_img

ଭାରତ ପ୍ରସ୍ତାବରେ ରାଜି ହେଲାନି ଚୀନ

ସୀମା ବିବାଦକୁ ନେଇ ଭାରତ ସହ ଚାଲିଥିବା ସମସ୍ୟାର ସମାଧାନ ବୋଧେ ଚାହୁଁନି ଚୀନ୍ । ଗତକାଲି ବସିଥିଲା ୧୩ତମ କମାଣ୍ଡର ସ୍ତରୀୟ ଆଲୋଚନା ପରେ ଏମିତି କିଛି ବୁଝା ପଡୁଛି । କାରଣ ଗତକାଲିର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ । ଭାରତ ସେନା ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ସୀମାରେ ସୃଷ୍ଟି ବିବାଦର ସମାଧାନା ପାଇଁ ଗଠନମୂଳକ ପ୍ରସ୍ତାବ ଦିଆଯାଇଥିଲା । ଯେଉଁତିରେ ସହମତି ପ୍ରକାଶ କରି ନଥିଲା ଚୀନ୍ । ଚୀନ୍ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇ ଅବଶିଷ୍ଟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର ପାଇଁ ରାସ୍ତା ବାହାର କରିବ ବୋଲି ଆଶା ରଖିଛି ଭାରତ । ବିବାଦର ସମାଧାନ ପାଇଁ ଭାରତ ଦେଇଥିବା ପ୍ରସ୍ତାବରେ ସହମତ ହୋଇ ନଥିଲା ଚୀନ୍ । ଏଥିସହ ନିଜ ଆଡୁ ବି କୌଣସି ପ୍ରସ୍ତାବ ଦେଲାନାହିଁ । ଯାହା ଫଳରେ ସୀମା ବିବାଦ ଆଗକୁ କଣ ହେବ ତାକୁ ନେଇ ଏବେ ସସପେନ୍ସ । ଗତକାଲି ଭାରତ-ଚୀନ୍ ମଧ୍ୟରେ ୧୩ତମ କମାଣ୍ଡର ସ୍ତରୀୟ ବୈଠକ ଚୁଶୂଲ-ମୋଲଡୋରେ ବସିଥିଲା । ୮ ଘଣ୍ଟା ଧରି ଚାଲିଲା ମାରାଥନ୍ ଆଲୋଚନା । ସକାଳ ସାଢ଼େ ୧୦ଟାରୁ ଆଲୋଚନା ଆରମ୍ଭ ହୋଇ ପାଖାପାଖି ରାତି ୭ଟା ଯାଏ ଚାଲିଲା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular