କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସାଗରଗୁଡ଼ା ଠାରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଗସ୍ତ କରି ଥିଲେ । ମେଡିକାଲ ରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହ କାର୍ୟ୍ୟରତ ଡାକ୍ତର ଶ୍ରୀ ହରିଶ୍ଚନ୍ଦ୍ର ପ୍ରଧାନୀ ଓ ଅନ୍ୟ କର୍ମଚାରୀ ଙ୍କ ସହ ଆଲୋଚନା କରି ଡାକ୍ତରଖାନାର ସବୁ ୱାର୍ଡ ବୁଲି ଦେଖିଲେ ଏବଂ ବ୍ଲକ ବିଜୁ ଜନତା ଦଳ ତରଫରୁ ଆୟୋଜିତ ସ୍ୱାସ୍ଥ୍ୟକେନ୍ଦ୍ର ପରିସର ସଫେଇ କାର୍ୟ୍ୟକ୍ରମ ରେ ସାମିଲ ହୋଇ ଦଳୀୟ କର୍ମୀଙ୍କ ସହ ସଫେଇ କାର୍ୟ୍ୟ କରିଥିଲେ କ୍ଷଏହି କାର୍ୟ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ସଭାପତି ଶ୍ରୀ ବୃନ୍ଦାବନ ମଲିକ, ବ୍ଲକ ମହିଳା ସଭାନେତ୍ରୀ ଲଳିତା ନାୟକ, ଜୋନ-୧ ର ସଂଯୋଜକ ଉମାକାନ୍ତ ଦାସ, ଜୋନ-୨ ର ସଂଯୋଜକ ରାଧାବିନଦ ସାମନ୍ତରାୟ, କନକ ପେଣ୍ଠିଆ, ମିଡ଼ିଆ ସେଲ ବ୍ଲକ ସଭାପତି ବିକ୍ରମ ବେହେରା ଙ୍କ ସମେତ ପ୍ରତ୍ୟେକ ପଂଚାୟତ ସଭାପତି ଙ୍କ ସମେତ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0