ସାହିଭାଇ ଅନୁଷ୍ଠାନ ପକ୍ଷରୁ ସପ୍ତାହ ବ୍ୟାପୀ ଚାଲିଥିବା ସଂକଳ୍ପ ସପ୍ତାହର ଉଦଯାପନୀ ଦିବସ ତଥା ଅନୁଷ୍ଠାନର ବାର୍ଷିକ ଉତ୍ସବ ୨୦୨୧ ଅବସରରେ ଏକ ମେଗା ରକ୍ତଦାନ ଶିବିର ବୈକୁଣ୍ଠ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ଜଜ୍ ସନ୍ତୋଷ କୁମାର ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟର୍ପଣ, ଦୀପ ପ୍ରଜ୍ବଳନ କରି କାର୍ୟ୍ୟକ୍ରମ ଉଦଘାଟନ କରିଥିଲେ। ଅନୁଷ୍ଠାନର କାର୍ୟ୍ୟକାରୀ ସଭାପତି ବ୍ରଜବନ୍ଧୁ ମହାରଣାଙ୍କ ସଭାପତିତ୍ବ ରେ ଆଇନସେବା ପ୍ରାଧିକରଣ ସମ୍ପାଦକ ଅମରେଶ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଶିବିର ରେ ୭୦ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏଥିସହିତ ସାହିଭାଇ ର ବାର୍ଷିକ ଉତ୍ସବ-୨୦୨୧ ଏବଂ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ ହୋଇଥିଲା। ସନ୍ଧ୍ୟାରେ ସତ୍ୟବାଦୀ ବକୁଳବନରେ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟର୍ପଣ କରିଥିଲେ। ସମସ୍ତ କାର୍ୟ୍ୟକ୍ରମକୁ ଅନୁଷ୍ଠାନର ସଦସ୍ୟା ଅଶୋକା ମଞ୍ଜରୀ ନାୟକ ଓ ସଦସ୍ୟ ଅଜୟ ପ୍ରଧାନ ପରିଚାଳନା କରିଥିଲେ। ଅନୁଷ୍ଠାନ ର ସମ୍ପାଦକ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମିଶ୍ର କୁହନ୍ତି ସଂକଳ୍ପ ସପ୍ତାହ ଗାନ୍ଧୀ ଜୟନ୍ତୀ ରୁ ଆରମ୍ଭ ହୋଇ ଗୋପବନ୍ଧୁ ଜୟନ୍ତୀରେ ଉଦଯାପିତ ହୋଇଛି। ପ୍ରଥମ ଦିନରେ ପୂଜ୍ୟପୂଜା, ୨ୟ ଦିନ ଚାରାରୋପଣ,୩ୟ ଦିନ ବସ୍ତ୍ର ବଣ୍ଟନ, ୫ମଓ ୬ଷ୍ଠ ଦିନରେ ମୁଷ୍ଟିଭିକ୍ଷା ଏବଂ ୭ମ ଦିନରେ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ମୁଷ୍ଠିଭିକ୍ଷାରେ ମିଳିଥିବା ୫ହଜାର ଟଙ୍କା ଟ୍ରଲିଚାଳକ ତଥା ସମାଜସେବୀ ପବିତ୍ର ମହାରଣାଙ୍କୁ ଦିଆଯାଇଛି। ଅନୁଷ୍ଠାନ ତରଫରୁ ସପ୍ତାହ ବ୍ୟାପୀ ଚାଲିଥିବା ସଂକଳ୍ପ ସପ୍ତାହ ବିଶ୍ବରେ କୋଭିଡ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିବିଶେଷ ଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯାଇଛି।



Visitors Today : 2
Total Visitors : 130302
Total Views : 9891805
Visitors Online Now : 0