ଏହି ହେଉଛନ୍ତି , ସେହି ପୂରଧା, ଯିଏ ଦୁର୍ନୀତି ହଟାଇବା ଲକ୍ଷ୍ୟରେ ଆଗେଇ ଆସି ଆରମ୍ଭ କରି ଦେଇଛନ୍ତି, ମହା ସଂଗ୍ରାମ। ରାଜକନିକା ବ୍ଲକ ରେ ହୋଇଥିବା ମହା ଦୁର୍ନୀତି ଚରମ ସୀମାରେ ପହଞ୍ଚି ଯାଇଛି,ଯାହା ଦ୍ଵାରା କନିକା ର ଜନ ସାଧାରଣ ଅତିଷ୍ଟ ହୋଇ ସାହାରା ନପାଇ,ଭାଗ୍ୟକୁ ଆଦରି ପଡ଼ି ରହିଥିବା ବେଳେ ସେମାନଙ୍କୁ ସାହାରା ଦେଇଛନ୍ତି,ପୂର୍ବତନ ଶିକ୍ଷାବିତ୍,ବିଜୁ ଜନତା ଦଳର ବରିଷ୍ଠ ସଦସ୍ୟ ବୈକୁଣ୍ଠ ନାଥ ପରିଡ଼ା।ବହୁ ଦିନର ନିରବତା ପରେ ସକ୍ରିୟ ସଦସ୍ୟତା ଗ୍ରହଣ କରି ବ୍ଲକ ରେ ହୋଇଥିବା ମହା ଦୁର୍ନୀତି ଓ ସାଧାରଣ ଜନତା ଙ୍କ ଆଖି ଲୁହରେ ସାଥୀ ହୋଇ ସମାଧାନ ସହ ମୁକାବିଲା ପୂର୍ବକ ନ୍ୟାୟ ଦେବା ପାଇଁ ଆଗେଇ ଆସି ଆରମ୍ଭ କରି ଦେଇଛନ୍ତି ମହା ସଂଗ୍ରାମ ର ମହାସଭା।ଏହି ସଭାଟି ଆରମ୍ଭ କରିଛନ୍ତି,ବରାଡ଼ିଆ ପଞ୍ଚାୟତର ଦେଉଳି ପଡିଆ ଠାରେ।ଏହି ସଭା କୁ ସମର୍ଥନ କରି ଆଗେଇ ଆସିଛନ୍ତି,ବରାଡ଼ିଆ ପଞ୍ଚାୟତର ଶହ ଶହ ମା,ମାଉସୀ ଏବଂ ଆବାଳ ଯୁବ ଠାରୁ ବୃଦ୍ଧ ବୃଦ୍ଧା ପର୍ୟ୍ୟନ୍ତ।ବିଜେଡି ନେତୃତ୍ୱରେ ଚାଲୁଥିବା ବ୍ଲକ ଆଜି ଲୋକମାନଙ୍କ ଆସ୍ତା ହରାଉଛି ବୋଲି ଅଭିଯୋଗ ପରେ ଏ ଅଭିନବ ରଣ କୌଶଳ ଆପଣେଇ ନେଇଛନ୍ତି ବୋଲି କହୁଛନ୍ତି ଶ୍ରୀ ପରିଡ଼ା।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0