ସେତୁ ନିର୍ମାଣରେ ତୁଚ୍ଛା ମିଛ,ବିଜୁଙ୍କ ନାମର ଯୋଜନା ଦିଗ ହରା, ପ୍ରହସନ ପାଲଟିଛି ବିଜୁସେତୁ,ସୂଚନା ଫଳକ ଗଲା କୁଆଡ଼େ,ଦୁଇ ବିଧାୟକ ଏବେ ଚର୍ଚ୍ଚାରେ,ଅମର ଠଗ୍ଦ ପ୍ରଣବ, ଅଧଃପାନ୍ତର ଅବସ୍ଥାରେ ବିଜୁସେତୁ,ଛଅ ବର୍ଷ ପରେ ବି କାର୍ୟ୍ୟରେ ଆସୁନାହିଁ ବିଜୁସେତୁ। ଲକ୍ଷ ଲକ୍ଷ ଟଙ୍କା ପାଣିରେ।
ଏହା ଯାଜପୁର ଜିଲ୍ଲାର ଉପକଣ୍ଠ ଚଣ୍ଡିଖୋଲ ଛକ ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ବହି ଯାଇଥିବା ରାଆଁଶାଳ ନାଳ ଉପରେ ୨୦୧୫ମସିହାରୁ ନିର୍ମାଣ ହେଉଥିବା ବିଜୁସେତୁ ର ବର୍ତ୍ତମାନ ବାସ୍ତବ ଚିତ୍ର, ଯାହା ବଡ଼ଚଣା ଓ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସଂଯୋଗ କ୍ଷେତ୍ର ଏମିତିକି ବଡ଼ଚଣା ନିର୍ବାଚନ ମଣ୍ଡଳୀ ସୁଙ୍ଗୁଡ଼ା ଗ୍ରାମପଞ୍ଚାୟତ ଓ ଧର୍ମଶାଳା ନିର୍ବାଚନ ମଣ୍ଡଳୀ କ୍ଷେତ୍ରପାଳ ଗ୍ରାମପଞ୍ଚାୟତ କୁ ସଂଯୋଗ କରୁଥିବା ଏହି ବିଜୁସେତୁ ଆଜିବି ଅଧଃପାନ୍ତର ଅବସ୍ଥାରେ। ଦୁଇ ନିର୍ବାଚନ ମଣ୍ଡଳୀର ହେବି ୱେଟ ପାୱାର ଫୁଲ ବିଧାୟକ ଅମର ପ୍ରସାଦ ଶତପଥୀ ଓ ପ୍ରଣବ ବଳବନ୍ତରାୟ ଙ୍କ ନିର୍ବାଚନ ମଣ୍ଡଳୀର ଏହି ଦୟନୀୟ ଅବସ୍ଥା, ଉଭୟ ବିଧାୟକ ବି ମିଳିମିଶି ଏହାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ବି କରିଥିଲେ। ହେଲେ ଆଜିବି ନିର୍ମାଣକୁ ଛଅ ବର୍ଷ ପୁର ସାରିଥିଲେ ମଧ୍ୟ କାର୍ୟ୍ୟ ସେପରି ଅଧଃପାନ୍ତର। ଏପଟେ ପାଦ ଚଲା ଛୋଟ ପୋଲଟି ମଧ୍ୟ ଲଗାଣ ବର୍ଷା କାରଣରୁ ଭୁଶୁଡ଼ି ପଡ଼ିଛି, ଦେଖନ୍ତୁ ଏହି ଚିତ୍ର। ଏପଟେ ସ୍ଥାନୀୟ ଦୁଇ ଗ୍ରାମପଞ୍ଚାୟତ ର ଲୋକେ ଆଣିଛନ୍ତି ଅଭିଯୋଗ, ଦୁଇ ବିଧାୟକ ଙ୍କୁ ଦାୟୀ କରିବା ସହ ଏହାର ପୂର୍ଣାଙ୍ଗ ଅତିଶୀଘ୍ର ହେଉ ବୋଲି କହିଛନ୍ତି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0