spot_img

ମନୀଷ ଅନୁରାଗ ମୃତ୍ୟୁ ଘଟଣା : ଜଣେ ଅଟକ

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୋଲିସ୍‌କୁ ସୁରାକ୍ ମିଳିଛି। ମନୀଷ ବ୍ୟବହାର କରିଥିବା କାର୍‌ର ସନ୍ଧାନ ମିଳିଛି। ପୋଲିସ କାର୍‌କୁ ଜବତ କରି ତଦନ୍ତ ଚଳାଇଛି। ଭୁବନେଶ୍ୱରର ପାତ୍ରପଡ଼ା ଗାଁ ପୋଖରୀରେ ଭାସୁଥିବା ଅବସ୍ଥାରେ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଗତ ଶନିବାର ସନ୍ଧ୍ୟାରେ ଇନଫୋସିଟି ଥାନା ଅଞ୍ଚଳରୁ ମନୀଷ ନିଖୋଜ ହୋଇଥିବା ଅଭିଯୋଗ ହୋଇଥିଲା। ଏହା ପରଦିନ ଅର୍ଥାତ୍‌ ରବିବାର ପ୍ରାୟ ଦିନ ୧ଟା ବେଳେ ପାତ୍ରପଡ଼ା ଗ୍ରାମବାସୀ ମୃତଦେହ ଉଦ୍ଧାର କରିଥିଲେ। ଯେଉଁଦିନ ମନୀଷଙ୍କ ମୃତ୍ୟୁ ହୋଇଥିଲା ସେହି ଦିନ ମନୀଷ ଓ ଅନ୍ୟ ୨ ଜଣ ଏହି କାର୍‌ରେ ପଟିଆ ଗାଲାକ୍ସିଆ ଗାର୍ଡେନ ନିକଟରୁ ପାତ୍ରପଡ଼ା ସ୍ଥିତ ସାଉଥ ସିଟି ବାର୍‌କୁ ଯାଇଥିଲେ ବୋଲି ସୂଚନା ମିଳିଛି। ସେହି ଦିନ ମନୀଷଙ୍କ ସହ ଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କ ପରିଚୟ ପୋଲିସ୍‌କୁ ମିଳିଛି। ପୋଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ଅନ୍ୟ ଜଣକ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ। ପୋଲିସ୍‌ ତାଙ୍କୁ ଖୋଜୁ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular