ସରକାର ଘୋଷଣା କରୁଛନ୍ତି କେହି ମାଟି କୁଡିଆରେ ରହିବେ ନାହିଁ ।ସମସ୍ତଙ୍କ ପାଇଁ ପକ୍କା ଘର ଯୋଗାଇ ଦିଆଯିବ ।ଏଥିପାଇଁ ଆବାସ ଯୋଜନା ମାଧ୍ୟମରେ ରିତିମତ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କାର ଅନୁଦାନ ।ଆବାସ ଯୋଜନାର ହିତାଧିକାରୀଙ୍କ ପାଇଁ ତିଆରି ହେଇଛି ଏକ ତାଲିକା । ଅନେକ ସ୍ୱଚ୍ଛଳ ବର୍ଗର ଲୋକ ଏହିତାଲିକା ଭୁକ୍ତ ହେଇ ସରକାରୀ ଯୋଜନା ହାତେଇ ନେଉଛନ୍ତି । ହେଲେ ଏସବୁ ଯୋଜନା କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ଗନିପୁଟ ଗ୍ରାମର ସ୍ବର୍ଗତ କାନ୍ଦୁଲ ଖରା ଙ୍କ ସ୍ତ୍ରୀ କମଳା ଖରା ଙ୍କ ପାଇଁ ସାତ ସପନ ପାଲଟିଛି ।ବର୍ଷ ବର୍ଷ ଧରି ପଲିଥିନ ତଳେ ବିତୁଛି କମଳା ଙ୍କ ଜୀବନ । ବାରମ୍ବାର ପକ୍କାଘର ପାଇଁ ଆବେଦନ କରିବା ସତ୍ଵେ ମିଳିପାରୁନାହିଁ ଖଣ୍ଡିଏ ପକ୍କା ଘର ।ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି କିନ୍ତୁ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀଙ୍କ ଅବହେଳା ଯୋଗୁଁ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି ।ଘର ଖଣ୍ଡକ ତିଆରି ପାଇଁ କମଳା ଙ୍କ ପାଖରେ ସମ୍ବଳର ଅଭାବ ।ଯେଉଁଥିପାଇଁ ଭଙ୍ଗା ଦଦରା ଘରେ ଅସହାୟ ଭାବେ ଦିନ ଅତିବାହିତ କରୁଛନ୍ତି କମଳା । ମାଟି କୁଡିଆ ଏବେ ଭଙ୍ଗା ଦଦରା ହେଇ ବିପଦ ସଂକୁଳ ଅବସ୍ଥାରେ ।ଛାତ ଉପରେ ପଲିଥିନ ଘୋଡାଇ ଥିବା ବେଳେ ମାଟି କାନ୍ଥ ଭାଙ୍ଗିବାରେ ଲାଗିଛି ଯଦି ଦୈବାତ ଘର ଭାଙ୍ଗିଯାଏ ତେବେ କମଳା ଙ୍କ ପ୍ରତି ବିପଦ ରହିଛି ।ତେଣୁ ଏହି ପରିବାରର ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ତରଫରୁ ଆବାସ ଯୋଜନାରେ ଘର ତିଆରି ପାଇଁ ସହାୟତା ଯୋଗାଇ ଦିଆଗଲେ କମଳା ଉପକୃତ ହେଇ ପାରନ୍ତେ ।କମଳା ବାରମ୍ବାର ବାସଗୃହ ପାଇଁ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ମନୋନୀତ କରାଯାଇନଥିବା ଅଭିଯୋଗ କରିଛନ୍ତି ।ଏହା ବ୍ୟତୀତ ଆଧାରକାର୍ଡ ନଥିବାରୁ ୨ମାସ ହେବ କମଳା ଙ୍କୁ ବିଧବା ଭତ୍ତା ମଧ୍ୟ ଦିଆ ଯାଉନଥିବା ଅଭିଯୋଗ ହୋଇଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0