ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରୀ ଅଫିସରେ ଆଜି ହଠାତ୍ ନିଆଁ ଲାଗି ଯାଇଛି। ବେଙ୍ଗଲ ସଚିବାଳୟର ୧୪ତମ ମହଲାରେ ଥିବା ମମତାଙ୍କ ଅଫିସରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି। ନବାନ୍ନରେ କାମ କରୁଥିବା କର୍ମଚାରୀମାନେ ହିଁ ପ୍ରଥମେ ୧୪ତମ ମହଲାରୁ ଧୂଆଁ ବାହାରୁ ଥିବା ଦେଖିବାକୁ ପାଇଥିଲେ। ଅଗ୍ନିକାଣ୍ଡ ଯୋଗୁ ଅଫିସରେ ଥିବା ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ନଷ୍ଟ ହୋଇଛି କି ନାହିଁ, ସେକଥା ବି ଜଣାପଡ଼ିନି। ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଛି। ରିପୋର୍ଟ ଲେଖା ହେବା ବେଳକୁ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ। ତଥାପି ଶଟସର୍କିଟରୁ ଏପରି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ସେମାନେ ତୁରନ୍ତ ଅଗ୍ନିଶମ ବାହିନୀ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଦୁର୍ଗାପୂଜା ଯୋଗୁ ରାଜ୍ୟ ସଚିବାଳୟ ବନ୍ଦ ରହିଛି। ଅଗ୍ନିକାଣ୍ଡ ବେଳେ କୌଣସି କର୍ମଚାରୀ ଏହା ମଧ୍ୟରେ ନଥିଲେ। ତେଣୁ ଘଟଣାରେ କେହି ବି ମୃତାହତ ହୋଇନାହାନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0