spot_img

ମନୀଷ ଅନୁରାଗ ମୃତ୍ୟୁ ମାମଲା : ଆତ୍ମସମର୍ପଣ କଲେ ଦୁଇ ଯୁବକ

ବହୁଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଅ‌ାସିଛି। ପୁଲିସ ଛାନଭିନ କରିବା ପୂର୍ବରୁ ଆତ୍ମସମର୍ପଣ କରିଛନ୍ତି ୨ ଜଣ ଯୁବକ। ଗତକାଲି ମନୀଷ ଅନୁରାଗ ଓରଫ୍‌ ଗୁଡୁଙ୍କ ମୃତ୍ୟୁ ଶ୍ବାସରୁଦ୍ଧ ଯୋଗୁଁ ହୋଇଥିବା ଜଣାପଡ଼ିଥିଲା। ମନୀଷଙ୍କ ଶବ ବ୍ୟବଚ୍ଛେଦ କରିଥିବା ଏମ୍ସ କର୍ତ୍ତୃପକ୍ଷ ପ୍ରାଥମିକ ରିପୋର୍ଟରେ ଏଭଳି ସୂଚନା ଦେଇଥିଲେ। ମାତ୍ର ଶ୍ବାସରୁଦ୍ଧ କେମିତି ହେଲା ଏବଂ ଏହା ପଛରେ କାରଣ କଣ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଆସନ୍ତା ୨୪ରୁ ୪୮ଘଣ୍ଟା ମଧ୍ୟରେ ଶବ ବ୍ୟବଚ୍ଛେଦର ସମ୍ପୂର୍ଣ୍ଣ ତଥ୍ୟ ପୁଲିସକୁ ହସ୍ତାନ୍ତର କରାଯିବ ବୋଲି ଏମ୍ସର ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରଭାସ ତ୍ରିପାଠୀ ସୂଚନା ଦେଇଥିଲେ। ସେହିପରି ଇନ୍‌ଫୋସିଟି ଥାନା, ସ୍ପେସାଲ୍ ସ୍କ୍ବାଡ୍ ସମେତ ଏକାଧିକ ଟିମ୍ ଗଠନ କରି ଏହି ବହୁଚର୍ଚ୍ଚିତ ମାମଲାର ତଦନ୍ତ କରୁଥିଲେ ହେଁ ପ୍ରକୃତରେ ମନୀଷଙ୍କୁ ହତ୍ୟା ପରେ ପୋଖରୀରେ ପିଙ୍ଗି ଦିଆଯାଇଛି ନା ପୋଖରୀକୁ ଠେଲିଦେବା ଯୋଗୁଁ ମୃତ୍ୟୁ ଘଟିଛି ତା’ର ରହସ୍ୟ ମଧ୍ୟ ଏବେ ବି ଉନ୍ମୋଚନ ହୋଇପାରିନାହିଁ। କନ୍ଧମାଳ ସ୍ପେଶାଲ ସ୍କ୍ବାର୍ଡ ନିକଟରେ ୨ଜଣ ମନୀଷ ଅନୁରାଗ ମୃତ୍ୟୁ ମାମଲାକୁ ନେଇ ଆତ୍ମସମର୍ପଣ କରିଥିବା ବେଳେ ଦୁଇଜଣଙ୍କୁ ଖବୁଶୀଘ୍ର ଭୁବନେଶ୍ବର ଅଣାଯିବ ବୋଲି ଜଣାପଡ଼ିଛି। ଏହାଫଳରେ ଏହି ଘଟଣାରେ ସଂପୃକ୍ତ ସମସ୍ତ ୪ ସଂଦିଗ୍ଧ ପୁଲିସ କବଜାକୁ ଆସିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular