ଦେଶରେ ଥିବା ଅର୍ଥନୈତିକ ‘ଜୋନ୍’ଗୁଡ଼ିକର ‘ମଲ୍ଟି-ମୋଡାଲ୍’ ସଂଯୋଗିକରଣ ନିମନ୍ତେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପିଏମ୍ ଗତିଶକ୍ତି-ନ୍ୟାସ୍ନାଲ୍ ମାଷ୍ଟର୍ ପ୍ଲାନ୍’ର ଶୁଭ ଉନ୍ମୋଚନ କରିଛନ୍ତି। ପ୍ରାୟ ୧୬ଟି କେନ୍ଦ୍ରୀୟ ମନ୍ତ୍ରାଳୟ ଏବଂ ବିଭାଗଦ୍ୱାରା ଆରମ୍ଭ ହୋଇଥିବା ଏହି ଭିତ୍ତିଭୂମୀୟ ଯୋଜନାକୁ ‘ପିଏମ୍ ଗତିଶକ୍ତି’ ଏକତ୍ର କରିବ ବୋଲି ଆଶା କରାଯାଉଛି। ଏହା ସର୍ବସାଧାରଣ ଏବଂ ବ୍ୟବସାୟ ସମ୍ପ୍ରଦାୟକୁ ଆଗାମୀ ପ୍ରକଳ୍ପ, ଅନ୍ୟାନ୍ୟ ବାଣିଜ୍ୟିକ ନାଭିଚକ୍ର (ହବ୍) ଶିଲ୍ପ ଅଞ୍ଚଳ ଏବଂ ପାରିପାର୍ଶ୍ୱିକ ପରିସ୍ଥିତି ସମ୍ବନ୍ଧରେ ସୂଚନା ଦେବ। ୧.୫-ଟ୍ରିଲିୟନ୍ ‘ନ୍ୟାସ୍ନାଲ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ପାଇପ୍ଲାଇନ୍’ରେ ଥିବା ପ୍ରକଳ୍ପଗୁଡ଼ିକୁ ଅଧିକ କ୍ଷମତା ଦେବା ଓ ତ୍ୱରାନ୍ଵିତ କରିବା ଏହି ‘ପ୍ଲାନ୍’ର ଉଦ୍ଦେଶ୍ୟ। ଏହାଦ୍ୱାରା ୫-ଟ୍ରିଲିୟନ୍ ଅର୍ଥନିତୀ ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିବ ବୋଲି ଆଶା କରାଯାଉଛି। ଏହି ଯୋଜନା ହେଉଛି ଭବିଷ୍ୟତ ପ୍ରତି ଲକ୍ଷ୍ୟ ରଖି ଆରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ଆଜି ପୂର୍ବାହ୍ନ ୧୧ଟା ବେଳେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ‘ପିଏମ୍ ଗତି ଶକ୍ତି’ର ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏହାର ସମୀକ୍ଷା କରିବା ସହ ସେଠାରେ ହେବାକୁ ଥିବା ନୂଆ ପ୍ରଦର୍ଶନୀ ପରିସରର ମଡେଲ୍କୁ ମଧ୍ୟ ଦେଖିଥିଲେ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0