ରାଜସ୍ଥାନ ଶିକ୍ଷାମନ୍ତ୍ରୀଙ୍କ ଅଜବ ବୟାନ । ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ମନ୍ତ୍ରୀ ଏହି ଅଜବ ବୟାନ ଦେଇଛନ୍ତି । ମହିଳାମାନେ ଯଦି କଳିଝଗଡ଼ା ନଲଗାନ୍ତି, ତେବେ ସେମାନେ ପୁରୁଷଙ୍କ ଠାରୁ ବହୁତ ଆଗକୁ ଯାଇସାରନ୍ତେଣି। ମନ୍ତ୍ରୀ ଆହୁରୀ ମଧ୍ୟ କହିଛନ୍ତି ଯେ, ତାଙ୍କ ନିକଟରେ ଏପରି ଅନେକ ରିପୋର୍ଟ ଆସିଛି । ସ୍କୁଲରେ ଶିକ୍ଷୟତ୍ରୀମାନେ ଅଧିକ ଝଗଡ଼ା କରିଥାନ୍ତି । ଯଦି ମହିଳାମାନେ ଏହି ଛୋଟ ଛୋଟ ଘଟଣାକୁ ସମାଧାନ କରିଦିଅନ୍ତି । ତେବେ ସେମାନେ ବହୁତ ଆଗକୁ ଯାଇପାରିବେ । ସ୍କୁଲରେ ମହିଳା ଶିକ୍ଷୟତ୍ରୀମାନେ ଅଧିକ ଝଗଡ଼ା କରୁଥିବାର ନଜିର ରହିଛି । ସେମାନଙ୍କ ଝଗଡ଼ା ପାଇଁ ପୁରୁଷ ଶିକ୍ଷକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି । ସ୍କୁଲରେ ମହିଳା ଶିକ୍ଷୟତ୍ରୀଙ୍କ ଝଗଡ଼ା ହିଁ ପ୍ରଧାନଶିକ୍ଷକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥାଏ । ସେହିପରି ଏହି ସମୟରେ ଗେହେଲତ୍ ସରକାର ମହିଳାମାନଙ୍କ ପାଇଁ ହୋଇଥିବା ନୀତି ଉପରେ କହିଛନ୍ତି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0